34.1 C
Bhubaneswar
Tuesday, March 24, 2026
Homeଓଡିଶାଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ସାଂସଦଙ୍କ ଧାରଣା

ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ସାଂସଦଙ୍କ ଧାରଣା

ଏଫ୍ଏମ୍ କଲେଜ ଘଟଣାକୁ ନ୍ୟାୟିକ ତଦନ୍ତ କରାଯାଉ
ବଳଙ୍ଗା ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫ ଦାବି
ରାଜ୍ୟରେ ଆଜି ନାରୀ ଓ ଶିଶୁମାନେ ଅସୁରକ୍ଷିତ

ଭୁବନେଶ୍ୱର:  ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା ଦିନକୁ ଦିନ ବଢିଚାଲିଛି । ଜଣେ ମହିଳା ଘରୁ ବାହାରିଲେ ତା’ର କର୍ମ କ୍ଷେତ୍ରକୁ ସୁରକ୍ଷିତରେ ଘରକୁ ଫେରିବ ବୋଲି ଏହି ବିଜେପି ସରକାରରେ କୌଣସି ଗ୍ୟାରେଣ୍ଟି ନାହିଁ । ବିଗତ ଦିନରେ ଘଟିଯାଇଥିବା ଘଟଣାଗୁଡିକୁ ଗଭୀରତାର ସହ ନେଇ ବିଜୁ ଜନତା ଦଳର ସାଂସଦମାନେ ଆଜି ସଂସଦ ଭବନର ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ପ୍ଲାକାର୍ଡ ଧରି ଓଡିଶାରେ ନାରୀ ଓ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରତିବାଦ କରିଥିଲେ । ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତୁ୍ୟର ନ୍ୟାୟିକ ତଦନ୍ତ ଦାବି କରିବା ସହ ବଳଙ୍ଗା ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଥିଲେ । ରାଜ୍ୟରେ ନାରୀମାନଙ୍କୁ ସୁରକ୍ଷା ଓ ସ୍ୱାଭିମାନର ସହ ବଞ୍ଚିବା ପାଇଁ ଡବଲ ଇଂଜିନ ସରକାର ଯଥେଷ୍ଟ ପଦକ୍ଷେପ ନେବାର ଆବଶ୍ୟକ ରହିଛି ବୋଲି ପ୍ରତିବାଦ କରୁଥିବା ବିଜେଡି ସାଂସଦମାନେ ଦାବି କରିଥିଲେ । ଏହି ଧାରଣାରେ ସାଂସଦ ଡ. ସସ୍ମିତ ପାତ୍ର, ଶ୍ରୀଯୁକ୍ତ ମାନସ ରଂଜନ ମଙ୍ଗରାଜ, ମୁଜିବୁଲ୍ଲା ଖାନ୍(ମୁନା ଖାନ୍), ଶ୍ରୀମତୀ ସୁଲତା ଦେଓ, ଶ୍ରୀଯୁକ୍ତ ନିରଂଜନ ବିଶି ଓ ଶ୍ରୀଯୁକ୍ତ ସୁବାଶିଷ ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking