ନୂଆଦିଲ୍ଲୀ: ଲୋକସଭାରେ ଅପରେସନ ସିନ୍ଦୂର ବିତର୍କରେ ପୂର୍ୱ କଂଗ୍ରେସ ସରକାରକୁ ଧୋଇଲେ ଶାହ । କହିଲେ ଏହା ମନମୋହନ ସିଂ ସରକାର ନୁହେଁ ଯେ ଚୁପ ହୋଇ ବସିବେ । ଆମ ଉପରେ ଆକ୍ରମଣ ହେଲା ବେଳେ କେବଳ ସମୀକ୍ଷା କରି ସାରିଦେବେ । ମୋଦି ସରକାରରେ ଏହା ସମ୍ଭବ ନୁହେଁ, ଆମେ ଏହାର କଡା ଜବାବ ଦେଇଛୁ । ପାକିସ୍ତାନର ୮ଟି ଏୟାରବେସକୁ ଧ୍ୱଂସ କରି ବାୟୁସେନା ଶକ୍ତି ଦେଖାଇଛି । ପାକିସ୍ତାନର ୬ଟି ରାଡାର ସିଷ୍ଟମକୁ ମଧ୍ୟ ଧ୍ୱଂସ କରାଯାଇଛି । ଉପାୟ ନପାଇ ପାକିସ୍ତାନ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଥିଲା କହିଲେ ଶାହ । ମେ ୧୦ ତାରିଖରେ ପାକିସ୍ତାନ ଡିଜିଏମଓ ଆମ ଡିଜିଏମଓଙ୍କୁ ଫୋନ କଲେ । ଅପରାହ୍ନ ୫ଟାରେ ଯୁଦ୍ଧ ବିରତି ଘୋଷଣା ହେଲା ।










