ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରୁ ସମ୍ନାକୁ ଆସିଛି ଅସଦାଚରଣର ଅଭିଯୋଗ । ନର୍ସିଂ ଅଫିସର ନାନୁରାମ ଚୌଧୁରୀଙ୍କ ନାଁରେ ଅଭିଯୋଗ ଆସିଛି । ହସ୍ପିଟାଲର ଜଣେ ମହିଳା ଆଟେଣ୍ଡାଣ୍ଟ ଆଣିଲେ ଅଭିଯୋଗ । ନର୍ସିଂ ଅଫିସର ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଡାକ୍ତର ରୁମ୍କୁ ନେଇ ଟଣାଓଟରା କରିଥିବା ଅଭିଯୋଗ । ଖଣ୍ଡଗିରି ଥାନାରେ ଅଭିଯୋଗ କଲେ ମହିଳା ଆଚେଣ୍ଡାଣ୍ଟ । ଏଯାଏଁ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ପୀଡିତା । ଏମ୍ସ ପରିସରରେ ଧାରଣା ଦେଲେ ହସ୍ପିଟାଲ ଆଟେଣ୍ଡାଣ୍ଟ ।









