ନୂଆଦିଲ୍ଲୀ: ବିତର୍କରେ ପାକିସ୍ତାନ ଉପରେ ବର୍ଷିଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ଧର୍ମ ପଚାରି ଆମ ଟୁରିଷ୍ଟଙ୍କୁ ମାରିବା ନିଉ ନର୍ମାଲ ଥିଲା । ଆମେ ଏହାର ଜବାବରେ ଟେରରିଷ୍ଟଙ୍କୁ ଖୋଜି ଖୋଜି ମାରିଲୁ । ମାତ୍ର ୨୨ ମିନିଟରେ ପାକିସ୍ତାନର ଚୀନ ଏୟାର ଡିଫେନ୍ସ ଭେଦ କରି ମାରିଲୁ । ୭୮ ବର୍ଷ ହେଲା ପାକିସ୍ତାନ ତାର ଆଭିମୁଖ୍ୟକୁ ବଦଳାଇ ପାରି ନାହିଁ । ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଅନେକ ଚେଷ୍ଟା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶାନ୍ତି ପାଇଁ ଅନେକ ଚେଷ୍ଟା କରି ଆସିଛନ୍ତି । ମାତ୍ର ପାକିସ୍ତାନ ସୀମାପାର ଆତଙ୍କବାଦୀ କାଯ୍ୟରୁ ନିବୃତ୍ତ ହୋଇପାରିନି । କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ତଥ୍ୟକୁ କାଉଣ୍ଟର କଲେ ବୈଜୟନ୍ତ । କଂଗ୍ରେସ ଶାସନ କାଳରେ ଭାରତ ହରାଇଥିବା ଭୁଖଣ୍ଡ ନେଇ ତଥ୍ୟ ରଖିଲେ ।









