21.1 C
Bhubaneswar
Monday, December 8, 2025
Homeଓଡିଶାଗୋପାଳପୁର ଗଣଦୁଷ୍କର୍ମ ମାମଲା: ଦାଖଲ ହେଲା ଚାର୍ଜସିଟ୍

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ଦାଖଲ ହେଲା ଚାର୍ଜସିଟ୍

ଭୁବନେଶ୍ୱର: ଗୋପାଳପୁର ଗଣବଳାତ୍କାର ମାମଲାରେ ସୋମବାର ଚାର୍ଜସିଟ୍ ଦାଖଲ ହୋଇଛି। ଏସ୍‌ଡିଜେଏମ୍‌ଙ୍କ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୫୭୪ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଥିବା ସୂଚନା ମିଳିଛି। ୧୫ ଜୁନ୍ ୨୦୨୫ରେ ହୋଇଥିଲା ଯୁବତୀଙ୍କୁ ଗଣଦୁଷ୍କର୍ମ । ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ଯାଇଥିବା ଯୁବତୀଙ୍କୁ କରାଯାଇଥିଲା ଗଣଦୁଷ୍କର୍ମ । ହିଞ୍ଜିଲିକାଟୁରୁ ୧୦ ଜଣ ଯୁବକ କରିଥିଲେ ପାଶବିକ ଆତ୍ୟାଚାର । ପୁରୁଷବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ କରାଯାଇଥିଲା ଗଣଦୁଷ୍କର୍ମ । ସେହି ଦିନ ରାତିରେ ଥାନାରେ ଏତଲା ଦେଇଥିଲେ ଯୁବତୀ । ଘଟଣା ପରେ ବାଳାଭୂମିରେ ଏଭଳି ଘଟଣାକୁ ନେଇ ଜୋର୍ ଧରିଥିଲା ଚର୍ଚ୍ଚା । ଘଟଣାକୁ ସମ୍ବେଦନଶୀଳ କହିବା ସହ ନିନ୍ଦା କରିଥିଲେ ମୁଖ୍ୟମନ୍ତ୍ରୀ । ପରେ ୧୦ ଜଣଙ୍କୁ ଗିରଫ କରିଥିଲା ସ୍ଥାନୀୟ ପୋଲିସ ।

୧୭ ଜୁନ୍ ୨୦୨୫ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ତଦନ୍ତ ଭାର । ମାମଲାକୁ ରେଡ୍ ଫ୍ଲାଗ ଶ୍ରେଣୀଭୁକ୍ତ କରାଯାଇଥିଲା । କ୍ରାଇମବ୍ରାଞ୍ଚ ମହିଳା ଓ ଶିଶୁ ଅପରାଧ ଶାଖା କରିଥିଲା ତଦନ୍ତ । ଆଇଜି ଏସ୍ ସାଇନିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିଲା ତଦନ୍ତ । ୨୩ ଜୁନ୍ ୨୦୨୫ରେ ୬ ଜଣଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ଘଟଣାସ୍ଥଳ ପରିଦର୍ଶନ କରିଥିଲା ଏଆଇସିସିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଜାତୀୟ ମାନବାଧିକମିସନରର ନିଜ ଆଡୁ ରୁଜୁ କରିଥିଲେ ମାମଲା । ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶିକଙ୍କୁ ଦୁଇ ସପ୍ତାହରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମିଳିଥିଲା । ଘଟଣାକୁ ନିନ୍ଦା କରି ଜୁନ୍ ୨୫ରେ ଆନ୍ଦୋଳନ ଡାକରା ଦେଇଥିଲା ଯୁବ ଓ ଛାତ୍ର ଶାଖା । ତେବେ ଆଜି ଘଟଣାର ୪୪ ଦିନ ପରେ ୫୭୪ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking