ଭୁବନେଶ୍ୱର: ଝାରପଡା ଜେଲ ଗଲେ ଗିରଫ କର୍ପୋରେଟର ଅମରେଶ ଜେନା । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ ଗଲେ । ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ଗିରଫ ହୋଇଥିଲେ ଅମରେଶ । ବାଲେଶ୍ୱର ନୀଳଗିରିରୁ ଗିରଫ କରିଥିଲା କମଶନରେଟ୍ ପୋଲିସ । ଜେଲ ଯିବା ବେଳେ ପ୍ରତିକ୍ରିୟା ଦେଇ ଅମରେଶ ଜେନା କହିଛନ୍ତି ମୋତେ ଅର୍ଚ୍ଚନା ନାଗ୍ ଫସାଇ ଦେଇଛନ୍ତି । ଅର୍ଚ୍ଚନା ନାଗ୍ଙ୍କୁ ପଚାରିଲେ ସେ ସବୁ କହିପାରିବେ । ୧୦୦% ଅର୍ଚ୍ଚନା ନାଗ୍ ମୋତେ ଫସାଇ ଦେଇଛନ୍ତି । ହେଲେ ଅମରେଶ ଅଭିଯୋଗ ନେଇ ଅର୍ଚ୍ଚନା ନାଗ୍ଙ୍କ ପ୍ରତିକ୍ରିୟା ମିଳିପାରିନି ।










