21.1 C
Bhubaneswar
Monday, December 8, 2025
Homeଓଡିଶାଯାଜପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

ଯାଜପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ତା ୨୭.୦୭.୨୦୨୫ ରିଖ ରବିବାର ଧାରା ୧୩୮ ଅନ୍ତର୍ଭୁକ୍ତ ଏନ. ଆଇ, ଆକ୍ଟ ସମ୍ବନ୍ଧରେ ଏକ ସ୍ବତନ୍ତ୍ର ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତକୁ ଜିଲ୍ଲା ଓ ଦୌରାଜଜ୍ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ଏହି ଲୋକ ଅଦାଲତରେ ମୋଟ ୩୬ ଗୋଟି ଚେକ୍ ବାଉନ୍ସ ସମ୍ବନ୍ଧୀୟ ମକଦ୍ଦମା ଫଇସଲା କରାଯାଇ ମୋଟ ଟ. ୧,୮୭, ୧୧,୪୪୭/- ଆଦାୟ କରାଯାଇଛି ।

ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ବିଶେଶ୍ଵର ବିଶ୍ଵପ୍ରକାଶ ରାୟ, ଏସ୍. ଡ଼ି.ଜେ.ଏମ. ଶ୍ରୀମତୀ ସୁମିତ୍ରା ବିଶ୍ଵାଳ ଅଂଶ ଗ୍ରହଣ କରି ମକଦ୍ଦମା ଗୁଡ଼ିକ ଫଇସଲା କରିଥିଲେ । ଏହି ଲୋକ ଅଦାଲତରେ ଜିଲ୍ଲାର ଅନ୍ୟାନ୍ୟ କୋର୍ଟ ତଥା ଯାଜପୁର ରୋଡ଼ ଏବଂ ଚଣ୍ଡିଖୋଲ କୋର୍ଟର ବିଚାରପତିମାନେ ମଧ୍ୟ ଅଂଶ ଗ୍ରହଣ କରି ମକଦ୍ଦମା ଗୁଡ଼ିକ ଫଇସଲା କରିଥିଲେ । ଏହି ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦିକା ଶ୍ରୀମତୀ ଲିପା ମହାନ୍ତି ପରିଚାଳନା କରିଥିଲେ ଏବଂ ପ୍ରାଧିକରଣର ସମସ୍ତ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking