ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । କହିଲେ ସୁବର୍ଣ୍ଣରେଖାରେ ଜଳସ୍ତର ବଢିଥିବାରୁ ବାଲେଶ୍ୱରରେ ବନ୍ୟା ସ୍ଥିତି । ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର, ବ୍ଲକ ପ୍ରଭାବିତ ହେବ । ଆଖୁଆପଦାରେ ବୈତରଣୀ ନଦୀ ଜଳସ୍ତର କ୍ରମଶଃ ହ୍ରାସ ପାଉଛି । ଖୁବଶୀଘ୍ର ବିପଦ ସଙ୍କେତ ତଳକୁ ଖସିବ ବୈତରଣୀ ଜଳସ୍ତର । ହୀରାକୁଦ ଜଳସ୍ତର ୬୧୪ ଫୁଟ ରହିଛି ଏବଂ ୨୦ ଗେଟ୍ ଖୋଲାଯାଇଛି । ୫ଲକ୍ଷ ୧୭ ହଜାର କ୍ୟୁସେକ ପ୍ରବେଶ କରିଛି ଏବଂ ୩ ଲକ୍ଷ ୪୧ ହଜାର କ୍ୟୁସେକ ନିଷ୍କାସିତ ହୋଇଛି । ଆଗକୁ ଇନଫ୍ଲୋ କମିଲେ ପର୍ଯ୍ୟାୟ କ୍ରମେ ହୀରାକୁଦ ଗେଟ୍ ବନ୍ଦ କରାଯିବ । ରେଙ୍ଗାଲିର ୩ଟି ଗେଟ୍ ଖୋଲାଅଛି । ଆଉ ଗେଟ୍ ଖୋଲିବାର ସମ୍ଭାବନା ନାହିଁ । କାଲି ରାଜ୍ୟର କୌଣସି ଅଞ୍ଚଳରେ ୫୦ ମିମିରୁ ଅଧିକ ବର୍ଷା ହୋଇନି । ୫୦ ମିମିରୁ ଅଧିକ ବର୍ଷା ହୋଇ ନଥିବାରୁ ବଡ ବନ୍ୟାର ଆଶଙ୍କା ନାହିଁ ।










