ଭୁବନେଶ୍ୱର: ଅମରେଶ ଜେନାଙ୍କ ବିରୋଧରେ ଅଭିଯୋଗ ପ୍ରସଙ୍ଗରେ ବିଜେଡି ନେତା ଅଶୋକ ପଣ୍ଡା ମୁହଁ ଖୋଲିଲେ । ଅଶୋକ କହିଲେ ଏହା ଏକ ସ୍ପର୍ଶକତାର ପ୍ରସଙ୍ଗ । ଏ ସଂକ୍ରାନ୍ତରେ ଦଳୀୟ ଶୃଙ୍ଖଳା କମିଟି ଚିନ୍ତା କରିବ । ଗତକାଲି ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନାଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଥାନାରେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, “ଗଣମାଧ୍ୟମରୁ ଜାଣିବାକୁ ପାଇଲି ଏଭଳି କିଛି ଅଭିଯୋଗ ହୋଇଛି । ନବୀନ ପଟ୍ଟନାୟକ ବର୍ଷ ବର୍ଷ ଧରି ସ୍ପଷ୍ଟ କରିଦେଇ ଆସିଛନ୍ତି ଯେ ଏଭଳି ଘଟଣାରେ ଆଇନ ତା’ର କାମ କରିବ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ମା’କୁ ସମ୍ମାନର କଥା କହୁଥିଲେ । ନାରୀର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛି ଆମ ଦଳ । କୋର୍ଟର ବିଚାରକୁ ଆସିଲେ ଘଟଣାଟି ଜଣା ପଡ଼ିବ ।










