17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଅହମଦାବାଦ ବିମାନ ଦୁର୍ଘଟଣା: ଆମକୁ ଭୁଲ୍ ମୃତଦେହ ମିଳିଛି, ଡିଏନ୍‌ଏ ସହ ମେଳ ଖାଉନି

ଅହମଦାବାଦ ବିମାନ ଦୁର୍ଘଟଣା: ଆମକୁ ଭୁଲ୍ ମୃତଦେହ ମିଳିଛି, ଡିଏନ୍‌ଏ ସହ ମେଳ ଖାଉନି

ନୂଆଦିଲ୍ଲୀ: ଅହମଦାବାଦ୍ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ବ୍ରିଟେନ୍ ନାଗରିକଙ୍କ ପରିବାର ପକ୍ଷରୁ ବଡ଼ ଅଭିଯୋଗ କରାଯାଇଛି । ସେମାନଙ୍କ କହିବାନୁସାରେ ସେମାନଙ୍କୁ ଭୁଲ୍ ବ୍ୟକ୍ତିଙ୍କ ମୃତଦେହକୁ ହସ୍ତାନ୍ତର କରାଯାଇଛି । ସେମାନେ ସେଠାରେ ଡିଏନ୍‌ଏ ଟେଷ୍ଟ କରାଇଥିବା ବେଳେ ଭାରତ ପକ୍ଷରୁ ସେମାନଙ୍କୁ ହସ୍ତାନ୍ତର କରାଯାଇଥିବା ମୃତଦେହର ଡିଏନ୍‌ଏ ସହ ସେମାନଙ୍କ ଡିଏନ୍‌ଏ ମେଳ ଖାଉନାହିଁ । ଏପ୍ରକାର ଅଭିଯୋଗ ଆସିବା ପରେ ଭାରତ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ଭାରତ ପକ୍ଷରୁ ଏହା ଉପରେ ପ୍ରତିକ୍ରିୟା ଦିଆଯାଇ କୁହାଯାଇଛି ଯେ, ଏହି ମାମଲାର ତଦନ୍ତ କରାଯାଉଛି । ଖୁବଶୀର୍ଘ ସ୍ପଷ୍ଟ ରିପୋର୍ଟ ପ୍ରଦାନ କରାଯିବ ।

ଜୁନ୍ ୧୨ରେ, ଅହମଦାବାଦ୍‌ରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ ୧୭୧ ଉଡ଼ାଣ ଆରମ୍ଭ ହେବାର ୩୨ ସେକେଣ୍ଡ୍ ପରେ ଏକ ମେଡିକାଲ ହଷ୍ଟେଲ କୋଠା ସହିତ ଧକ୍କା ହୋଇଥିଲା । ଏଥିରେ ସର୍ବମୋଟ୍ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସମୟରେ ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ, ଯେଉଁଥିରେ ୫୩ ଜଣ ବ୍ରିଟିଶ, ୭ ଜଣ ପର୍ତ୍ତୁଗୀଜ୍ ଏବଂ ଜଣେ କାନାଡିଆନ୍ ନାଗରିକ ଥିଲେ । ତେବେ ଏସମସ୍ତ ବିଦେଶୀ ମୃତକଙ୍କ ଡିଏନ୍‌ଏ ଟେଷ୍ଟ କରାଯାଇ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଏବେ ମୃତକଙ୍କ ମଧ୍ୟରେ ସାମିଲ ଥିବା ୨ ବ୍ରିଟେନ୍ ନାଗରିକଙ୍କ ପରିବାର ପକ୍ଷରୁ ଏପ୍ରକାର ସଂଗୀନ୍ ଅଭିଯୋଗ ଅଣାଯାଇଛି ।

ବ୍ରିଟିଶ ଖବରକାଗଜ ଡେଲି ମେଲର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, ବ୍ରିଟେନରେ ରହୁଥିବା ଏକ ପରିବାର ସେମାନଙ୍କ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ, କିନ୍ତୁ ଯେତେବେଳେ ଡିଏନଏ ପରୀକ୍ଷାରୁ ଜଣାପଡିଲା ଯେ କଫିନରେ ଅନ୍ୟ ଜଣେ ଯାତ୍ରୀଙ୍କ ମୃତଦେହ ଅଛି, ସେମାନଙ୍କୁ ଅନ୍ତିମ ସଂସ୍କାର ଯୋଜନା ବାତିଲ କରିବାକୁ ପଡିଲା । ଏୟାର ଇଣ୍ଡିଆ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଦେଇନାହିଁ । ସେହିପରି, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଏହି ମାମଲା ସାମ୍ନାକୁ ଆସିବା ପରେ, ଆମେ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ । ଭାରତର ଅଧିକାରୀମାନେ ପ୍ରୋଟୋକଲ ଅନୁଯାୟୀ ମୃତକମାନଙ୍କୁ ଚିହ୍ନଟ କରିଥିଲେ । ସମସ୍ତ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking