ଭୁବନେଶ୍ୱର: ବିଏମସି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ । ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୪ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ ।ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଜଗନ୍ନାଥ ପଟ୍ଟନାୟକଙ୍କ ସମ୍ପର୍କୀୟ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ବାବୁଙ୍କ ରଣପୁର ଫାର୍ମ ହାଉସରୁ ହରିଣ ସିଂହ, ବନ୍ଧୁକ କୁ ଜବତ କରିଛି ଭିଜିଲାନ୍ସ ଟିମ । ଏହା ସହ ଫାର୍ମ ହାଉସରୁ ଅଧିକ ଜିନିଷ ମିଳିବା ନେଇ ଖୋଳତାଡ କରୁଛି ଭିଜିଲାନ୍ସ ଟିମ । ଲାଲ, ଚନ୍ଦନ, ଆଭୋକାଡୋ, ଗୁଜୁରାତି ଗଛ ଲଗାଇଥିଲେ ଏହି ସରକାରୀ ବାବୁ । ଏହା ସହିତ ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଲଗାଇଥିଲେ । ଫାର୍ମ ହାଉସ ଭିତରେ ବାବୁଙ୍କର ଏକ ପୋଖରୀ ମଧ୍ୟ ରହିଛି । ତାହାର ମାପଚୁପ କରାଯାଉଛି । ଫାର୍ମ ହାଉସର କେୟାର ଟେକର ଯିଏ ଥିଲେ ତାଙ୍କୁ ଭଲ ଦରମା ମଧ୍ୟ ଦେଉଥିଲେ । ବାବୁଙ୍କ ଅମାପ ସମ୍ପତି ଦେଖି ତାଯୁବ ହୋଇଯାଇଥିଲେ ଭିଜିଲାନ୍ସ ଟିମ । ତାଙ୍କ ଘରୁ ସୁନା , ଗହଣା , ଦାମୀ ଘଣ୍ଟା ଠାବ କରିଛି ଭିଜିଲାନ୍ସ । ଚଢ଼ଉବେଳେଭିଜିଲାନ୍ସର ୬ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ ।









