34.8 C
Bhubaneswar
Wednesday, June 24, 2026
Homeଓଡିଶାନାରୀ ନ୍ୟାୟ ପାଇଁ ଲଢ଼ିବ ନାରୀ ନ୍ୟାୟ ବାହିନୀ

ନାରୀ ନ୍ୟାୟ ପାଇଁ ଲଢ଼ିବ ନାରୀ ନ୍ୟାୟ ବାହିନୀ

– ଉନ୍ମୋଚିତ ହେଲା ନାରୀ ନ୍ୟାୟ ବାହିନୀ ଆପ
ଭୁବନେଶ୍ୱର: ନାରୀ ନ୍ୟାୟ ପାଇଁ ଲଢ଼ିବ ନାରୀ ନ୍ୟାୟ ବାହିନୀ। ଆଉ ବାରମ୍ବାର ନାରୀ ଅତ୍ୟାଚାର ହେବନି।ନାରୀ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ। ନାରୀ ନ୍ୟାୟ ସ୍ୱତଃ ଓଡ଼ିଶାରେ ଜାଗି ଉଠୁ। ସମାଜରେ ନାରୀ ଆଉ ଶୋଷିତ ହେବନି। ଭଗବାନ ରାମଙ୍କୁ ମାଆ ସୀତାଙ୍କୁ ନ୍ୟାୟ ଦେବା ପାଇଁ ଚଉଦ ବର୍ଷ କଷ୍ଟ କରିବାକୁ ପଡିଥିଲା।ସେହିପରି ଦ୍ରୌପଦୀଙ୍କୁ ନ୍ୟାୟ ଦେବା ପାଇଁ ଶ୍ରୀକୃଷ୍ଣ ଆଗେଇଆସିଥିଲେ । ରାଜ୍ୟ କଂଗ୍ରେସର ସମସ୍ତ ଶକ୍ତି ନାରୀ ନ୍ୟାୟ ପାଇଁ ସମର୍ପିତ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି।

ବୁଧବାର ନାରୀ ନ୍ୟାୟ ବାହିନୀ ଆପ ଉନ୍ମୋଚନ ଅବସରରେ ଭକ୍ତ କହିଛନ୍ତି, ଯୁଗ ଯୁଗରେ ନାରୀ ପ୍ରତି ଅତ୍ୟାଚାର ହୋଇ ଆସିଛି। ୟା ପୂର୍ବରୁ ବି ହେଉଥିଲା। ଏବେବି ବିଭିନ୍ନ ସ୍କୁଲ, କଲେଜରେ, ରାସ୍ତା, ଘାଟରେ ନାରୀ ପ୍ରତି ଅନ୍ୟାୟ ହେଉଛି। ଗତକାଲି ରାତିରେ, ଯେଉଁଠି ମନ୍ତ୍ରୀ ରହୁଛନ୍ତି ପିଏମଜି ଛକରେ ଜଣେ ନାରୀଙ୍କୁ ଦୁର୍ବୃତ୍ତ ଟାଣି ନେଲେ।ରାଜ୍ୟରେ ମହିଳା ଏବେ ସୁରକ୍ଷିତ ନୁହନ୍ତି। ରାହୁଲ ଗାନ୍ଧୀ, ଖଡ଼ଗେ ଓଡିଶା ଆସିଲେ। ନାରୀ ନ୍ୟାୟ ଦେବା ପାଇଁ ଆହ୍ୱାନ ଦେଲେ। ଏବେ ନାରୀ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ଆଲୋଡନ ସୃଷ୍ଟି ହୋଇଛି। କଂଗ୍ରେସ ଏଥିରେ ସାମିଲ ହେବ। ନାରୀ ନ୍ୟାୟକୁ ନେଇ କଂଗ୍ରେସ ରାଜନୀତି କରିବ ନାହିଁ ବୋଲି ପିସିସି ସଭାପତି ଭକ୍ତ କହିଥିଲେ।

ଏହି ଅବସରରେ ସମାଜସେବୀ ରଂଯୁକ୍ତା କୁମାରୀ ବେହେରା ନାରୀ ନ୍ୟାୟ ଆପ ଉଦଘାଟନ କରି କହିଥିଲେ, ଏବେବି ବହୁ ନାରୀଙ୍କ ନିର୍ଯାତନା ମାମଲା ଲୋକଲୋଚନକୁ ଆସି ପାରୁନି। ଆମେ ବ୍ଲକ ସ୍ତରରେ ସଚେତନ କାର୍ଯ୍ୟକ୍ରମ କରିବୁ। ସେମାନେ କେମିତି ବାହାରକୁ ଆସିବେ, ଏବଂ କହିବେ ତାହା ଚେଷ୍ଟା କରିବୁ ବୋଲି ରଞ୍ଜିତା କହିଛନ୍ତି। ନାରୀ ନ୍ୟାୟ ବାହିନୀ ଆବାହକ ତଥା ସଂଯୋଜିକା ଗାୟତ୍ରୀ ବିଶ୍ଵାଳ କହିଥିଲେ, ସମାଜରେ ଏବେକାର ବ୍ୟବସ୍ଥାରେ ବହୁ ନାରୀ ହିଂସାର ଶିକାର ହେଉଛନ୍ତି। ଦୁଷ୍କର୍ମ, ଗଣ ଦୁଷ୍କର୍ମ ବଢ଼ି ଚାଲିଛି। ବହୁ ସମୟରେ ନାରୀଟିଏ ଅତ୍ୟାଚାର ହେବା ପରେ କେଉଁଠି ଅଭିଯୋଗ କରିବେ, ତାହା ଜାଣି ପାରୁନାହାନ୍ତି। ତେଣୁ ଗାଁକୁ ଯିବ ନାରୀ ନ୍ୟାୟ ବାହିନୀ। ଲୋକଙ୍କୁ ସଚେତନ କରିବ। ଓଡିଶାର ନାରୀମାନେ କିଭଳି ନ୍ୟାୟ ପାଇବେ, ସେ ନେଇ ଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି।ଆଇନଜୀବୀ ସୂର୍ଯ୍ୟସ୍ମିତା ପଣ୍ଡା କହିଲେ, ନାରୀଙ୍କୁ ସଶକ୍ତିକରଣ କରିବା ପାଇଁ ପୁରୁଷ ମନରେ ଚିନ୍ତାର ପରିବର୍ତ୍ତନ ଆବଶ୍ୟକ। ପୁରୁଷମାନେ ଆଗକୁ ଆଗେଇ ଆସିଲେ ନାରୀକୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି ସୂର୍ଯ୍ୟସ୍ମିତା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶେଫାଳି ଶର୍ମା, ସୃଷ୍ଟି ସୋମେନ୍, ନିବେଦିତା ପଟ୍ଟନାୟକ ପ୍ରମୁଖ ନାରୀ ନ୍ୟାୟ ପାଇଁ ଆଗ ଭଲରେ ଚେଷ୍ଟା କରିବୁ, ନ୍ୟାୟ ନ ମିଳିଲେ ଆନ୍ଦୋଳନ କରିବୁ ବୋଲି ସେମାନେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking