15.1 C
Bhubaneswar
Monday, December 8, 2025
Homeଦେଶ ବିଦେଶସ୍ତ୍ରୀ ଲୋଭରେ ମାମୁ କଲା ଜଘନ୍ୟ କାଣ୍ଡ

ସ୍ତ୍ରୀ ଲୋଭରେ ମାମୁ କଲା ଜଘନ୍ୟ କାଣ୍ଡ

ଜୟପୁର: ରାଜସ୍ଥାନ ଅଲୱର ଜିଲ୍ଲା ସରାଇ କଲାନ ଗ୍ରାମରେ ଘଟିଯାଇଛି ଏକ ଜଘନ୍ୟ କାଣ୍ଡ । ସ୍ତ୍ରୀ ଲୋଭରେ ସ୍ୱାମୀ ନିଜ ଭଣଜାକୁ ହତ୍ୟା କରିଛି ।ଜୁଲାଇ ୧୯ରେ ଲୋକେଶ ନାମକ ବାଳକ ଘରେ ନ ମିଳିବାରୁ ଘର ଲୋକେ ସ୍ଥାନୀୟ ପୋଲିସ ଷ୍ଟେଶନରେ ଅଭିଯୋଗ କଲେ । ବହୁ ଖୋଜା ଖୋଜି ପରେ ନିକଟସ୍ଥ ଏକ ଭଙ୍ଗା ଘର ଭିତରୁ ନାବାଳକର ମୃତଦେହ ମିଳିଲା । ଲୋକେଶଙ୍କ ମୃତଦେହ ମିଳିବାର ୨ ଦିନ ପରେ ତା’ ସମ୍ପର୍କୀୟ ମାମୁଁଙ୍କୁ ଗିରଫ କଲା ପୋଲିସ । ତଦନ୍ତ ମୁତାବକ, ଲୋକେଶଙ୍କ ମାମୁଁ ମନୋଜ ହିଁ କୁନି ବାଳକକୁ ହତ୍ୟା କରିଛି । ଗୁଣିଗାରେଡି ପାଇଁ ନାବାଳକକୁ ତା’ ମାମୁଁ ହତ୍ୟା କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ମନୋଜର ସ୍ତ୍ରୀ’ ତାକୁ ଛାଡ଼ି ଚାଲିଯାଇଛି । ଘରୋଇ କଳିକୁ କେନ୍ଦ୍ର କରି ମନୋଜର ସ୍ତ୍ରୀ ତାକୁ ଛାଡ଼ି ଚାଲିଯାଇଥିଲା । ଏହାପରେ ସ୍ତ୍ରୀଙ୍କୁ ଘରକୁ ପୁଣିଥରେ ଫେରାଇ ଆଣିବା ପାଇଁ ମନୋଜ ବିଭିନ୍ନ ପ୍ରକାର ଉପାୟ ଆପଣାଇବାରେ ଲାଗିଥିଲା । ଯେଉଁ କାରଣରୁ ମନୋଜ ଗୁଣିଗାରେଡିର ଆଶ୍ରୟ ମଧ୍ୟ ନେଇଥିଲା । ଏ ନେଇ ମନୋଜ ସୁନୀଲ କୁମାର ନାମକ ବ୍ୟକ୍ତିର ସାହାଯ୍ୟ ନେଉଥିଲା । ସୁନୀଲ ନିଜକୁ ଜଣେ ତାନ୍ତ୍ରୀକ ବୋଲି କହୁଥିଲା । ମନୋଜଙ୍କ ସ୍ତ୍ରୀଙ୍କୁ ଫେରାଇ ଆଣିବା ପାଇଁ ସୁନୀଲ ୧୨ ହଜାର ଟଙ୍କା ସାଙ୍ଗକୁ ଛୋଟ ଛୁଆର କଲିଜା ଓ ରକ୍ତ ଦରକାର ବୋଲି କହିଥିଲା । ଯାହାଫଳରେ ମନୋଜ ଭଣଜାକୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking