13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶ୬୨ ବର୍ଷ ପରେ ଅବସର ନେବ ମିଗ୍‌-୨୧: ଆସିବ ତେଜସ୍ ମାର୍କ-୧ଏ

୬୨ ବର୍ଷ ପରେ ଅବସର ନେବ ମିଗ୍‌-୨୧: ଆସିବ ତେଜସ୍ ମାର୍କ-୧ଏ

ନୂଆଦିଲ୍ଲୀ: ଦୀର୍ଘ ୬୨ ବର୍ଷ ଧରି ଭାରତୀୟ ବାୟୁସେନାରେ ସେବା ପ୍ରଦାନ କରିଆସୁଥିବା ଯୁଦ୍ଧ ବିମାନ ମିଗ୍‌-୨୧ ଅବସର ନେବାକୁ ଯାଉଛି । ଭାରତୀୟ ସେନା ଏହି ଐତିହାସିକ ଯୁଦ୍ଧବିମାନକୁ ଅବସର ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ବିମାନର ଶେଷ ୟୁନିଟ୍‌କୁ ସେପ୍ଟେମ୍ବର ୧୯ରେ ଚଣ୍ଡିଗଡ଼ ବାୟୁସେନା ଘାଟିରେ ୨୩ ସ୍କ୍ୱାଡ୍ରନ (ପାନ୍ଥର୍ସ) ଦ୍ୱାରା ଏକ ସମ୍ମାନଜନକ ବିଦାୟ ସମାରୋହରେ ଅବସର ଦିଆଯିବ ବୋଲି ସୂଚନା ମିଳିଛି । ୧୯୬୩ ମସିହାରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ମିଗ୍‌-୨୧, ୧୯୬୫ ଓ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ, ୧୯୯୯ର କାର୍ଗିଲ ଯୁଦ୍ଧ, ୨୦୧୯ର ବାଲାକୋଟ ଆକ୍ରମଣ ଏବଂ ଅପରେସନ ସିନ୍ଦୁରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ତେବେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ସୋଭିଏତ୍ ସଂଘର ମିକୋୟାନ-ଗୁରେଭିଚ ଡିଜାଇନ ବ୍ୟୁରୋ ଦ୍ୱାରା ନିର୍ମିତ ଏହି ସୁପରସୋନିକ ଯୁଦ୍ଧବିମାନ ୪୦୦ରୁ ଅଧିକ ଦୁର୍ଘଟଣାରେ ସାମିଲ ହୋଇଥିବା ଏବଂ ଅନେକ ପାଇଲଟଙ୍କ ଜୀବନହାନୀ ଘଟାଇଥିବା ଯୋଗୁଁ ଏହା ବିବାଦୀୟ ହୋଇପଡିଛି । ଏବେ ଏହାର ନିର୍ଦ୍ଧାରିତ ସେବା ଜୀବ ଅତିକ୍ରାନ୍ତ ହୋଇଥିବା କୁହାଯାଉଥିବା ବେଳେ ଏହାକୁ ଅବସର ଦିଆଯିବ । ବର୍ତ୍ତମାନ ଭାରତୀୟ ବାୟୁସେନା ମିଗ୍‌-୨୧ ବିସନର ଦୁଇଟି ସ୍କ୍ୱାଡ୍ରନ ପରିଚାଳନା କରୁଛି, ଯେଉଁଥିରେ ୩୧ଟି ବିମାନ ରହିଛି । ମିଗ୍‌-୨୧ର ଅବସର ସହିତ ଭାରତୀୟ ବାୟୁସେନାର ଯୁଦ୍ଧଶକ୍ତି ୨୯ ସ୍କ୍ୱାଡ୍ରନକୁ ହ୍ରାସ ପାଇବ । ତେବେ ଆଗାମୀ ଦିନରେ ଏହାର ସ୍ଥାନ ନେବା ପାଇଁ ଏଲ୍‌ସିଏ ତେଜସ୍ ଏବେ ପ୍ରସ୍ତୁତ ରହିଛି ।

ଉଭୟ ମିଗ-୨୧ ବିସନ୍ ଏୟାରକ୍ରାଫ୍ଟ ଏବଂ ତେଜସ୍ ମାର୍କ-୧ଏ ବାହାରୁ ସମାନ ଦେଖାଯାଇପାରେ, କିନ୍ତୁ ତେଜସ୍‌ରେ ସମୟର ଆବଶ୍ୟକତା ମୁତାବକ ନୂତନ ଇଲେକ୍ଟ୍ରୋନିକ୍ସ, ପ୍ରୋସେସର, ପ୍ରଦର୍ଶନ ସିଷ୍ଟମ୍ ଏବଂ ଫ୍ଲାଏ-ବାଇ-ୱାୟାର ସିଷ୍ଟମର ହାର୍ଡୱେର୍ ଆଦି ସମନ୍ୱିତ କରାଯାଇଛି । ଏଥିରେ ନୂତନ ଏଇଏସ୍‌ଏ (ସକ୍ରିୟ ଇଲେକ୍ଟ୍ରୋନିକାଲି ସ୍କାନଡ୍ ଆରେ) ରାଡାର, ଏୟାର-ଟୁ-ଗ୍ରାଉଣ୍ଡ୍‌, ଏୟାର-ଟୁ-ଏୟାର ମୋଡ୍ ଏବଂ ଆତ୍ମ-ସୁରକ୍ଷା ଜ୍ୟାମର୍ ଅଛି, ଏବଂ ସବୁଠୁ ବଡ଼କଥା ହେଉଛି, ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । ହିନ୍ଦୁସ୍ତାନ ଏରୋନେଟିକ୍ ଲିମିଟେଡ୍ (ହାଲ୍‌) ଦ୍ୱାରା ପ୍ରସ୍ତୁତ ଏହି ଯୁୂଦ୍ଧ ବିମାନଟି ଅପେକ୍ଷାକୃତ ହାଲକା ବର୍ଗର ଯୁଦ୍ଧ ବିମାନ । ହାଲ୍ ତେଜସ ମାର୍କ-୧ଏ ବିମାନରେ ନୂତନତମ ପ୍ରଯୁକ୍ତିବିଦ୍ୟାକୁ ଅନ୍ତର୍ଭୁକ୍ତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking