ନବରଙ୍ଗପୁର: ନିର୍ଯାତନା ସହି ନପାରି ନର୍ସିଂ ଛାତ୍ରୀ ବିଷ ପିଇବା ଘଟଣା । ଅବସ୍ଥା ସଂକଟାପଣ୍ଣ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ନବରଙ୍ଗପୁର ମେଡିକାଲ ଆଇସିୟୁରୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । ଗୁରୁତର ଛାତ୍ରୀ ଜଣଙ୍କ ରାଇଘର ଥାନା ଅଞ୍ଚଳର, ୧୭ରେ ବିଷ ପିଇଥିଲେ । କିଛି ଆପତ୍ତିଜନକ ଫଟୋ ଭାଇରାଲ ଘଟଣାକୁ ନେଇ ବିଷ ପିଇ ଦେଇଥିଲେ । ଭାଇରାଲ କରିଥିବା ଅଭିଯୁକ୍ତ ଯୁବକକୁ ଜୟପୁର ପୋଲିସ ଗିରଫ କରିଥିଲା । ଅଭିଯୁକ୍ତ ଜାମିନରେ ଆସିଛି, ପୋଲିସର ପରବର୍ତ୍ତୀ ପଦକ୍ଷେପ ସ୍ପଷ୍ଟ ହୋଇନି ।










