ବାଲେଶ୍ୱର : ବାଲେଶ୍ୱର ଏଫଏମ କଲେଜ ତଦନ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବଡ ସୂଚନା ଦେଇଛନ୍ତି । କହିଛନ୍ତି, ବହୁତ ପ୍ରମାଣ ଯୋଗାଡ କରିଛୁ, ଏବେ ବି ତଦନ୍ତ ଜାରି ରହିଛି । ତଦନ୍ତରେ ବହୁ ଲିଡ ମିଳି ସାରିଛି । ପୂର୍ୱରୁ ଯେଉଁମାନେ ଯାହା ମତ ଦେଇଥିଲେ, ଏବେ ତାହା ବଦଳୁଛି । ଜବତ ସିସିଟିଭି ଷ୍ଟେଟ ଫୋରେନସିକ ଲ୍ୟାବକୁ ପଠାଯିବ । ପ୍ରତ୍ୟେକ୍ଷଦର୍ଶୀ ଓ କମିଟି ସଦସ୍ୟଙ୍କୁ ପଚରାଉଚରା ଜାରି ରହିଛି । ଡିଜିଟାଲ ପ୍ରମାଣକୁ ନେଇ ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚିବୁ । ଘଟଣା ପୂର୍ୱରୁ ମୃତ ଛାତ୍ରୀ ପୋଲିସ ଜଣାଇଥିଲେ କି ପ୍ରଶ୍ନରେ ମତ ରଖିଲେ । ଛାତ୍ରୀ ଜଣଙ୍କ ଏନେଇ ପୋଲିସକୁ ଜଣାଇନଥିଲେ ।










