28.1 C
Bhubaneswar
Tuesday, May 5, 2026
Homeଓଡିଶାଏନକାଉଣ୍ଟରରେ ୬ ମାଓବାଦୀ ନିହତ

ଏନକାଉଣ୍ଟରରେ ୬ ମାଓବାଦୀ ନିହତ

ମାଲକାନଗିରି: ପୋଲିସକୁ ମିଳିଛି ବଡ ସଫଳତା । ଛତିଶଗଡ଼ର ନାରାୟଣପୁର ପୋଲିସ ସୀମା ଅନ୍ତର୍ଗତ ଆବୁଝାମଡା ଜଙ୍ଗଲରେ ଗୁଳି ବିନିମୟରେ ଅତି କମରେ ଛଅ ଜଣ ମାଓବାଦୀ ନିହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗୁଳି ବିନିମୟରେ ୬ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ମାଓବାଦୀଙ୍କ ମଧ୍ୟରୁ ୪ ଜଣ ମହିଳା। ପୋଲିସ ଏକେ -୪୭ ରାଇଫଲ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। (ଡିଭିସିଏମ୍) ଡିଭିଜନାଲ୍ କମିଟି ସଦସ୍ୟଙ୍କ ଶୀର୍ଷ କ୍ୟାଡର ମାଓବାଦୀଙ୍କ ମୁଣ୍ଡ ଉପରେ ୪୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏହି ଅପରେସନଟି ଏସଟିଏଫ, ଡିଆରଜି ଏବଂ ବିଏସଏଫର ମିଳିତ ଅପରେସନ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking