19.1 C
Bhubaneswar
Friday, December 5, 2025
Homeଓଡିଶାମୋହନ ସରକାର କ୍ଷମତାରେ ରହିବାର ନୈତିକ ଅଧିକାର ହରାଇଛନ୍ତି : ମିଳିତ ବିରୋଧୀ ଦଳ

ମୋହନ ସରକାର କ୍ଷମତାରେ ରହିବାର ନୈତିକ ଅଧିକାର ହରାଇଛନ୍ତି : ମିଳିତ ବିରୋଧୀ ଦଳ

ବିଚାର ବିଭାଗୀୟ ତଦନ୍ତ ନ ହେବା ଯାଏ ଆନ୍ଦାନଳ ଚାଲୁ ରହିବ। : ମିଳିତ ବିରୋଧୀ ଦଳ

ଭୁବନେଶ୍ବର: ୨୦୨୫ରେ ଓଡ଼ିଶା ବନ୍ଦକୁ ସଫଳ କରିଥିବାରୁ ରାଜ୍ୟର ଜନସାଧାରଣଙ୍କୁ କେଂଗ୍ରସ ସହିତ ଆଠଟି ବିରୋଧୀ ରାଜନୈତିକ ଦଳ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି। ମିଳିତ ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ଯେ ଏହି ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିଥିବା ଯୋଗୁଁ ରାଜ୍ୟବାସୀ, ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ, ଟ୍ରେଡ୍ ୟୁନିୟନ, କୃଷକ ସଂଗଠନ, ମହିଳା, ଯୁବକ, ଛାତ୍ର, ଓକିଲ, ବ୍ୟବସାୟୀ ସଙ୍ଘ ଏବଂ ସମାଜର ସମସ୍ତ ବର୍ଗଙ୍କୁ ଧନ୍ୟବାଦ େଦଇଥିେଲ। ରାଜ୍ୟବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଯୋଗୁଁ ଏହି ବନ୍ଦ ସଫଳ ହୋଇଥିଲା। ଏହି ବନ୍ଦ ଜନଗଣଙ୍କ ବନ୍ଦରେ ପରିଣତ ହୋଇଛି ବୋଲି ମିଳିତ ବିରୋଧୀ ଦଳ କହିଛନ୍ତି। ଫକୀର ମୋହନ ମହବିଦ୍ୟାଳୟର ଛାତ୍ରୀଙ୍କୁ ହୋଇଥିବା ବ୍ୟବସ୍ଥାକୃତ ହତ୍ୟାର ନ୍ୟାୟିକ ତଦନ୍ତ ଦାବି ସହିତ ଡବଲ ଇଞ୍ଜିନ ବିଜେପି ସରକାରଙ୍କ କୁଶାସନ, ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତି ଅବହେଳା ଏବଂ ବିପର‌୍ୟ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ଏହି ବନ୍ଦ ଆହ୍ଵାନ ଦିଆଯାଇଥିଲା। ବଜାର, ପରିବହନ, ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍, ବ୍ୟାଙ୍କ୍ ଏବଂ ବୀମା ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ତେବେ, ଅତ୍ୟାବଶ୍ୟକ ସେବା, ଆମ୍ବୁଲାନ୍ସ ଏବଂ ରୋଗୀଙ୍କ ଚିକିତ୍ସା ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଥିଲା।

ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ବାଲେଶ୍ଵର ସାଂସଦ ଏବଂ ବାଲେଶ୍ଵର ସଦର ବିଧାୟକଙ୍କ ଇସ୍ତଫା ଦାବି କରାଯାଇଥିଲା। ଏହା ସହିତ ବାଲେଶ୍ଵର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ବିରୋଧରେ ତ୍ୱରିତ କାର‌୍ୟ୍ୟାନୁଷ୍ଠାନ ପାଇଁ ଦାବି ଉଠିଥିଲା। ମୋହନ ମାଝୀ ସରକାର ଶାସନ କରିବାର ନୈତିକ ଅଧିକାର ହରାଇଛନ୍ତି ବୋଲି ମିଳିତ ବିରୋଧୀ ଦଳ ତରଫରୁ କୁହାଯାଇଛି
ଆଜିର ବନ୍ଦରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ଓଡିଶା ପ୍ରଭାରୀ ଅଜୟ ଲାଲୁ, ଅଖିଳ ଭାରତ ଜାତୀୟ କେଂଗ୍ରସ ମହିଳା ସଭୋେନତ୍ରୀ ଅଳକା ଲମ୍ବା, କଂଗ୍ରେସ ବିଧାୟକ ଦଳର ନେତା ରାମଚଂଦ୍ର କାଡାମ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ଅମର ପ୍ରଧାନ, ବିଧାୟକ ରେମଶ ଜେନା, ମହିଳା କେଂଗ୍ରସ ସଭାନତ୍ରୀ ମୀନାକ୍ଷି ବାହିନିପତି,ସେବା ଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଉପସଭାପତି ଦେବାଶିଷ ପଟ୍ଟନାୟକ, ଭୁବେନଶ୍ବର ଜିଲ୍ଲା ସଂଯୋଜକ ବିଶ୍ବଜିତ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁବ୍ରତ ମହାପାତ୍ର, ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ(ଏମ) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି, ସିପିଆଇ (ଏମଏଲ)-ଲିବେରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ,ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଲକ୍ଷ୍ମୀ ଦୋରା,ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ବାଇଁ, ଏସପି ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ, ବିଜୟ ବେହେରା, ଆର ଜେ ଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର, ରାଜ୍ୟ କେଂଗ୍ରସ ବରିଷ୍ଠ ନେତା, ଶିବାନନ୍ଦ ରାୟ, ରଜନୀ ମହାନ୍ତି, ଅରବିନ୍ଦ ଦାସ, ଅସୋକ ଦାସ, ପ୍ରଶାନ୍ତ ଚମ୍ପତି, ପ୍ରକାଶ ଜେନା, ପ୍ରାଚୀ ରାଉତରାୟ, ଅନଓ୍ବର ଖାନ୍, ସେକ୍ ତାକ୍ବିୟିମ୍, ମିହିର ଆଚାର‌୍ୟ୍ୟ, ପ୍ରଭାତ ପ୍ରତାପ ସିଂ, ଆଶିଷ ମଲ୍ଲିକ, ମନୋରଞ୍ଜନ ଜେନା, ଦିପକ ସାହୁ, ଦେବାଶିଷ ରାଉତ, ଅକ୍ଷୟ କୁମାର ଦାସ, ସୈମେନ୍ଦ୍ର ମହାନ୍ତି, ମଣ୍ଟୁ ମଲ୍ଲିକ,ମନୋଜ ସାହୁ , ଅନିଲ ଦାସ, ଶ୍ରୀୟା ମହାନ୍ତି, ପ୍ରସନ୍ନ ନାୟକ,ଦେବବ୍ରତ ମହାନ୍ତି, ଲଲୋେଟନ୍ଦୁ ଦାସ, ମିତ୍ରଭାନୁ ମହାପାତ୍ର, ସଂକୁନା କଅଁର, ଦେବାଶିଷ ମହାପାତ୍ର, ପ୍ରମେଶ ସାହୁ, କୃଷ୍ଣଚନ୍ଦ୍ର ପତି,ଆତ୍ମାରାମ ପତି, ନାରାୟଣ ଜେନା, ନିହାର ମହାପାତ୍ର, ମନରଞ୍ଜନ ଜେନା, ପ୍ରମୁଖ ନେତୃତ୍ଵ ନେଇ ରାଜ୍ୟ ସ୍ତରରେ ବନ୍ଦକୁ ସଫଳ କରିଥଲେ। ପୁଲିସ ଶତାଧିକ କେଂଗ୍ରସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଏହି ଆେନ୍ଦାଳନ ଅଂଶ ଗ୍ରହଣ କରିଥିବା ହେତୁ ଗିରଫ କରିଥିଲା ଓ ସେମାନଙ୍କୁ ରିର୍ଜଭ ପୁଲିସ ଲାଇନ ଅଫିସକୁ ନେଇ ଯାଇଥିେଲ। ଗିରଫ ମିଳିତ ବିରୋଧୀ ଦଳ ତରଫରୁ ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ, ନାରୀ ସୁରକ୍ଷା ଓ ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା ପାଇଁ ପ୍ରସଙ୍ଗ ଭିତ୍ତିକ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରାଯାଇଛି। ରାଜ୍ୟବାସୀ ଏକତା ଓ ସହଯୋଗର ସହିତ ସକ୍ରିୟ ଭାବେ ସାମିଲ ହେବା ଯୋଗୁଁ ଏହି ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଏବଂ ଅଭୂତପୂର୍ବ ଭାବେ ସଫଳ ହୋଇଛି। ସମଗ୍ର ରାଜ୍ୟବାସୀଙ୍କୁ ମିଳିତ ବିରୋଧୀ ଦଳ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking