25.1 C
Bhubaneswar
Thursday, March 26, 2026
Homeଓଡିଶାଦୁର୍ଘଟଣା ତଦନ୍ତକାରୀଙ୍କ ପାଇଁ ଏକ ଦିବସୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ

ଦୁର୍ଘଟଣା ତଦନ୍ତକାରୀଙ୍କ ପାଇଁ ଏକ ଦିବସୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ବର: ସଡ଼କ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି ଓଡ଼ିଶା ସରକାର। ବାଣିଜ୍ୟ ଓ ପରିବହନ ବିଭାଗ, ଓଡ଼ିଶା ସରକାର ଆଇଆଇଟି ମାଡ୍ରାସର ଆରବିଜି ଲ୍ୟାବ୍ସର ମିଳିତ ଆନୁକୂଲ୍ୟରେ ଦୁର୍ଘଟଣା ତଦନ୍ତକାରୀଙ୍କ ପାଇଁ ଏକଦିବସୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ବିଏମସି ଅଫିସର ଦ୍ବିତୀୟ ମହଲାରେ ଆୟୋଜିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମ ରୁଟ୍ କଜ୍ ଆନାଲିସିସ୍ ମ୍ୟାଟ୍ରିକ୍ସ(ଆରସିଏଏମ୍) ଉପରେ କେନ୍ଦ୍ରିତ ଥିଲା। ଅର୍ଥାତ ଏହା ବୈଜ୍ଞାନିକ ପଦ୍ଧତିରେ ପ୍ରମାଣ ଆଧାରିତ ଏକ ଦୁର୍ଘଟଣାର ତଦନ୍ତ ପାଇଁ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ 35 ଜଣ ଦୁର୍ଘଟଣା ତଦନ୍ତ ଅଧିକାରୀ ଯୋଗ ଦେଇଥିଲେ। ଏହି ଅଧିକାରୀମାନେ ବିଭିନ୍ନ ଦୁର୍ଘଟଣା ସହିତ ତୃଣମୂଳ ସ୍ତରରେ ନିୟୋଜିତ ଅଛନ୍ତି।

ଏହି ଅଧିବେଶନର ମୂଳ ଉଦ୍ଦେଶ୍ୟ ଥିଲା (ଆରସିଏଏମ୍)RCAM ପଦ୍ଧତି ଗ୍ରହଣ କରି ଅଧିକାରୀଙ୍କ ବିଶ୍ଳେଷଣାତ୍ମକ ଏବଂ ତଦନ୍ତକାରୀ ଦକ୍ଷତାକୁ ବୃଦ୍ଧି କରିବା। ଏହା ଏକ 3M&E ଢାଞ୍ଚା – ଯାହା ମଣିଷ (ମାନବୀୟ କାରକ), ମେସିନ୍ (ଯାନବାହାନ), ପଦ୍ଧତି (ଉପଭୋକ୍ତା ଆଚରଣ) ଏବଂ ପରିବେଶ (ରାସ୍ତା ଅବସ୍ଥା) ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ଏହି ବ୍ୟବସ୍ଥିତ ପଦ୍ଧତି, ଦୁର୍ଘଟଣା କାରଣ ବିଷୟରେ ଗଭୀରତା ପ୍ରଦାନ କରେ ଏବଂ ଲକ୍ଷ୍ୟଭେଦିତ, ତଥ୍ୟ ଜନିତ ଅନୁସନ୍ଧାନ କରିବାରେ ସାହାଯ୍ୟ କରେ। ଅଧିବେଶନରେ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ସଡ଼କ ସୁରକ୍ଷା ପ୍ରବର୍ତ୍ତନରେ ସ୍ଥିର ଅନୁସରଣ ଏବଂ ଆଚରଣଗତ ପରିବର୍ତ୍ତନ ଉପରେ ଦେଇଥିଲେ। “ସଡ଼କ ସୁରକ୍ଷା କେବଳ ଭିତ୍ତିଭୂମି ବିଷୟରେ ନୁହେଁ – ଏହା ଦାୟିତ୍ୱ, ସତର୍କତା ଏବଂ ନବସୃଜନ ପ୍ରତି ଏକ ମନୋଭାବ। ଏଠାରେ ପ୍ରତ୍ୟେକ ଅଧିକାରୀ ଜୀବନ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ତୃଣମୂଳ ସ୍ତରରୁ ସଡ଼କ ସୁରକ୍ଷା ସମ୍ପର୍କିତ ସମସ୍ତ ପ୍ରସ୍ତାବକୁ ବିଭାଗ ସହଯୋଗ କରିବ ବୋଲି ସେ କହିଥିଲେ।

ଏହି ଅଧିବେଶନରେ ଓଡ଼ିଶାର ରାଜ୍ୟ ପରିବହନ ପ୍ରାଧିକରଣର ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ଏବଂ ଆଇଆଇଟି ମାଡ୍ରାସର ପ୍ରଫେସର ଭେଙ୍କଟେଶ ବାଲାସୁବ୍ରମଣିଅନ୍ ମଧ୍ୟ ଉପସ୍ଥିତ ଥିଲେ। ପ୍ରଫେସର ବାଲସୁବ୍ରମଣିଅନ୍ ବୈଷୟିକ ତାଲିମର ନେତୃତ୍ୱ ନେଇଥିଲେ। ଏହି କାର୍ଯ୍ୟକ୍ରମରେ କେସ୍ ଷ୍ଟଡି, କ୍ରାସ ସିନ୍ ସିମୁଲେସନ୍, ଡେଥ୍ ଅଡିଟ୍ ଏକ୍ସରସାଇଜ ଅନ୍ତର୍ଭୁକ୍ତ ଥିଲା, ଯାହା ରାସ୍ତା ଦୁର୍ଘଟଣାର କାରଣ ହେଉଥିବା ପଦ୍ଧତିଗତ ବିଫଳତାଗୁଡ଼ିକର ମୂଲ୍ୟାଙ୍କନ ଏବଂ ସମାଧାନ କରିବା ପାଇଁ ଅଧିକାରୀମାନଙ୍କୁ ବ୍ୟବହାରିକ ଉପକରଣ ଏବଂ ପଦ୍ଧତି ପାଇଁ ଶିଖାଇଥିଲା। ଅଂଶଗ୍ରହଣକାରୀମାନେ ଏହି ବୈଜ୍ଞାନିକ ପଦ୍ଧତିଗୁଡ଼ିକୁ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ପଦକ୍ଷେପ ଓଡ଼ିଶା ସରକାରଙ୍କ ସଡ଼କ ସୁରକ୍ଷା ପରିଚାଳନାରେ ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରତିଷ୍ଠା କରିବା ସହ ଦକ୍ଷ ତଦନ୍ତକାରୀଙ୍କ ଏକ କ୍ୟାଡର ଗଠନ କରିବାର ସହାୟକ ହେବ। ଏହି ଚିନ୍ତାଧାରା ସହିତ, ଓଡ଼ିଶା ଶୂନ-ଦୁର୍ଘଟଣା ରାସ୍ତା, ସୁରକ୍ଷିତ ଗତିଶୀଳତା ଏବଂ ଏକ ବିକଶିତ ଓଡ଼ିଶାର ଦୃଷ୍ଟିକୋଣ ପ୍ରତି ଏହାର ପ୍ରତିବଦ୍ଧତାକୁ ବଜାୟ ରଖୁଛି – ଯେଉଁଠାରେ ପ୍ରତ୍ୟେକ ଯାତ୍ରା ସୁରକ୍ଷିତ ଭାବରେ ଶେଷ ହୋଇପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking