ଭୁବନେଶ୍ୱର: ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ । ଲୋୟର ପିଏମଜିରେ ବିଜେଡି କର୍ମୀ- ପୋଲିସ ମୁହାଁମୁହିଁ । ଲୁହବୁହା ଗ୍ୟାସ ସହ ପାଣି ମାଡ କଲା ପୋଲିସ । ଲୁହବୁହା ଗ୍ୟାସ ମାଡରେ ନେତା ଆହତ । ପ୍ରବଣ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡେଇ ଆହତ ହୋଇଛନ୍ତି । ହସ୍ପିଟାଲ ଗଲେ ସୁଲତା ଦେଓ । ବାଲେଶ୍ବର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଚାଲିଛି ପ୍ରତିବାଦ । ବିଜେଡିର ବରିଷ୍ଠ ନେତାଙ୍କ ସହ ଯୁବ-ଛାତ୍ର ଓ ମହିଳା କର୍ମୀ ସାମିଲ ହୋଇଛନ୍ତି ଆନ୍ଦୋଳନରେ।










