ନୂଆଦିଲ୍ଲୀ: ସୌମ୍ୟାଶ୍ରୀ ବିଶିଙ୍କ ବାପାଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ । ଫୋନ ଯୋଗେ ବଳରାମ ବିଶିଙ୍କ ସହ କଥା ହେଲେ । ନିଜେ ଟ୍ୱିଟ କରି ସୂଚନା ଦେଲେ ରାହୁଲ ଗାନ୍ଧୀ । କହିଲେ ଯାହା ଘଟିଛି ତାହା ଅମାନବୀୟ, ଲଜ୍ଜାଜନକ । ନ୍ୟାୟ ଦେବା ପାଇଁ ଭରସା ଦେଇଛି । ପ୍ରଭାରୀ ଅଜୟ କୁମାରଙ୍କ ଫୋନ କଲ ମାଧ୍ୟମରେ କଥା ହୋଇ ସୌମ୍ୟାଶ୍ରୀଙ୍କ ପରିବାରକୁ ସାନ୍ତ୍ୱନା ଦେଲେ । ଏଥିସହ ନ୍ୟାୟ ଦେବା ପାଇଁ ରାହୁଲ ଭରସା ଦେଇଥିବା କହିଛନ୍ତି ସୌମ୍ୟାଶ୍ରୀଙ୍କ ବାପା । ସେପଟେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଜୋର ଧରିଛି ରାଜନୀତି । ବିରୋଧୀ ମାନେ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରକୁ ଘେରିବାକୁ ଅସ୍ତ୍ର ସଜାଇଛନ୍ତି । ସେହି କ୍ରମରେ ଆଜି ବାଲେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି ।










