ଭାଗ୍ୟ କେବଳ ପରିଶ୍ରମ ଦ୍ଵାରା ବଦଳିଥାଏ ବସିକି ଚିନ୍ତା କରିଲେ ନୁହେଁ । ଦିନ ସାରା କାମ କରି ମଣିଷ ଯେତିକି ଥକି ନ ଥାଏ, କିଛି ସମୟର ଚିନ୍ତା, ନିରାଶା, ଭୟ ଆଉ ଅସନ୍ତୋଷ ଯୋଗୁଁ ତା’ଠାରୁ ଅଧିକ ଥକି ଯାଇଥାଏ ।
ଟଙ୍କା ଲୁଣ ପରି ହୋଇଥାଏ –
ଯାହାର ଆବଶ୍ୟକତା ରହିଛି କିନ୍ତୁ ଆବଶ୍ୟକତା ଠାରୁ ଅଧିକ ହୋଇଗଲେ ଜୀବନର ସ୍ବାଦ ମଧ୍ୟ ଖରାପ ହୋଇ ଯାଇଥାଏ ।
“ଜୀବନ ମଧ୍ୟ ଏକ ଚିତ୍ର ଏବଂ ଭାଗ୍ୟ ମଧ୍ୟ ଭିନ୍ନ, ପାର୍ଥକ୍ୟ କେବଳ ରଙ୍ଗର, ଚିତ୍ର ତୁମେ ଚାହୁଁଥିବା ରଙ୍ଗରେ ତିଆରି, ଏବଂ ଭାଗ୍ୟ ଅଜ୍ଞାତ ରଙ୍ଗରେ ତିଆରି।”
ଆଜି କାଲି କାହାକୁ ଭଲ Advice ଦେବା ବି ଠିକ୍ ନୁହେଁ କାରଣ ସେ ଭାବିପାରେ ଏଥିରେ କିଛି ମନ୍ଦ Aim ଅଛି ।
ମଣିଷ ଚାହିଁଲେ ଯଦି ସବୁକିଛି ପାଇ ଯାଆନ୍ତା, ତା ହେଲେ କ’ଣ ଅପେକ୍ଷାର ମୂଲ୍ୟ ଥାଆନ୍ତା….
ଆଉ
ମଣିଷ ଚାହିଁଲେ ଯଦି ସବୁକିଛି ଭୁଲି ପାରନ୍ତା ତା ହେଲେ କ’ଣ ସ୍ମୃତିର ମୂଲ୍ୟ ଥାଆନ୍ତା….
ଓଁ ଶ୍ରୀ ଜଗନ୍ନାଥ ଶରଣଂ
ଅଦ୍ୟ ଜୁଲାଇ ମାସ ୧୬ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଶ୍ରାବଣମାସ- କୃଷ୍ଣପକ୍ଷ
ତିଥି- ଷଷ୍ଠୀ ରାତ୍ରି ଘ୦୮/୫୧ ଗତେ ସପ୍ତମୀ
ନକ୍ଷତ୍ର-ପୂର୍ବ ଭାଦ୍ର ଦିବା ଘ୦୬/୧୮ ଗତେ ଉତ୍ତରଭାଦ୍ର
ଚନ୍ଦ୍ର- ମୀନ
ଯୋଗ- ଶୋଭନ
କରଣ – ଗର
ସୌରମାସ- କର୍କଟ ୦୧ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୧/୧୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୫୫
*✧═════•❁❀
ଯୋଗିନୀ ପଶ୍ଚିମେ ରାତ୍ରି ଘ୦୮/୫୧ ଗତେ ବୟବ୍ୟେ
ଧନୁ ରାଶିର ଘାତଚନ୍ଦ୍ର
କର୍କଟ ରାଶିର ଘାତବାର
ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୮/୩୨ ଗତେ ଘ୧୦/୧୧ମଧ୍ୟେ
ବାରବେଳା- ଦିବା ଘ୧୧/୪୮ ଗତେ ଘ୦୧/୨୫ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା-ପ୍ରାତଃ ଘ୦୬/୫୭ ମଧ୍ୟେ ଓ ରାତ୍ରି ଘ୦୬/୨୫ ଗତେ ଘ୦୮/୪୯ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି ═✧══•❁❀❁•═*════✧
ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ:
ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।
✧═════•❁❀❁•═════
ବୃଷ:
ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
✧═════•❁❀❁•═════
ମିଥୁନ:
ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରିେବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
✧═════•❁❀❁•═════
କର୍କଟ:
ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
✧═════•❁❀❁•═════
ସି˚ହ:
ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।*
✧═════•❁❀❁•═════
କନ୍ୟା:
ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
✧═════•❁❀❁•═════✧
ତୁଳା:
ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
✧═════•❁❀❁•═════
ବିଛା:
ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ।
✧═════•❁❀❁•═════
ଧନୁ:
ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।*
✧═════•❁❀❁•═════
ମକର:
ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ ।
✧═════•❁❀❁•═════
କୁମ୍ଭ:
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
✧═════•❁❀❁•═════✧
ମୀନ:
ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।










