ଆଠଗଡ: ସ୍କୁଟିକୁ ସାମ୍ନାରୁ ପିଟିଲା ଟ୍ରକ । ଦୁର୍ଘଟଣାରେ ସ୍କୁଟି ଚାଳକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି । ଆଠଗଡ ଥାନା ଗୋପିନାଥପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । କ୍ଷତିପୂରଣ ଦାବିରେ ରାସ୍ତାରେ ଶବ ରଖି ସ୍ଥାନୀୟ ଲୋକ ପ୍ରତିବାଦ କରୁଛନ୍ତି । ଖୁଣଟୁଣି-ନରସିଂହପୁର ରାସ୍ତାର ଗୋପିନାଥପୁର ଛକରେ ରାସ୍ତାରୋକ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଡ୍ରାଇଭରକୁ ଅଟକ ରଖିଛି । ଘଟଣାସ୍ଥଳରେ ଏସଡିପିଓ, ଆଇଆଇସି ଏବଂ ତହସିଲଦାର ଉପସ୍ଥିତ ରହି ତଦନ୍ତ ଚାଲିଛି ।









