20.1 C
Bhubaneswar
Saturday, December 6, 2025
Homeଓଡିଶାପୁଅ ସନ୍ନ୍ୟାସୀ ହେବାରୁ ଜୀବନ ହାରିଲେ ବାପା-ମାଆ

ପୁଅ ସନ୍ନ୍ୟାସୀ ହେବାରୁ ଜୀବନ ହାରିଲେ ବାପା-ମାଆ

ଗଞ୍ଜାମ: ପୁଅ ସନ୍ନ୍ୟାସୀ ହେବାରୁ ଜୀବନ ହାରିଲେ ବାପା-ମାଆ । ଗଞ୍ଜାମ ଜିଲ୍ଲା ବି.ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଗାଁରେ ଅଭାବନୀୟ ଘଟଣା। ଗାଁର ଏମ୍. ସୁଦୁର ଓ ତାଙ୍କ ପତ୍ନୀ ଏମ୍. କୁମାରୀଙ୍କ ପୁଅ ଏମ୍. ରଞ୍ଜନ ସନ୍ନ୍ୟାସୀ ଦୀକ୍ଷା ଗ୍ରହଣ କରିବା ନେଇ ଜିଦ ଧରି ବସିଥିଲେ । ତେବେ ବାପା-ମାଆ ଏହାକୁ ବାରମ୍ବାର ବିରୋଧ କରିଥିଲେ । ହେଲେ ହଠାତ ପୁଅ ରଞ୍ଜନ ସନ୍ନ୍ୟାସୀ ଭାବେ ଦୀକ୍ଷା ଗ୍ରହଣ କରିଥିଲେ । ଯାହାକୁ ସହିନପାରି ରଞ୍ଜନଙ୍କ ବାପା-ମାଆ ବିଷ ପିଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking