14.1 C
Bhubaneswar
Monday, December 8, 2025
Homeଓଡିଶାଅତ୍ୟଧିକ ଆମ୍ବ ଖାଇଲେ କଣ ହେବ ଜାଣନ୍ତୁ..

ଅତ୍ୟଧିକ ଆମ୍ବ ଖାଇଲେ କଣ ହେବ ଜାଣନ୍ତୁ..

ଭୁବନେଶ୍ୱର: ଆମ୍ବ ଏତେ ସ୍ୱାଦିଷ୍ଟ ଫଳ ଯେ ନାମଁ  ଶୁଣିଲେ ପାଟିରୁ ପାଣି ଆସିଯାଏ । ସ୍ୱାଦିଷ୍ଟ ହେବା ସହିତ   ଆମ୍ବ ସ୍ୱାସ୍ଥ୍ୟ ପାଇଁ  ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ । ଆମ୍ବରେ ଭିଟାମିନ , ଫାଇବର ଏବଂ ଆଣ୍ଟି ଅକ୍ସିଡାଣ୍ଟ ଥାଏ ।  ଅତ୍ୟଧିକ ଆମ୍ବ ଖାଇବା ଦ୍ୱାରା ଶରୀରକୁ କ୍ଷତି  ପହଞ୍ଚାଏ ।  ଅତ୍ୟଧିକ ଆମ୍ବ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇପାରେ ଯେପରିକି, ବଦହଜମି, ଗ୍ୟାସ , ପେଟ ଯନ୍ତ୍ରଣା ହୋଇପାରେ । ଆମ୍ବରେ ପ୍ରଚୁର ପରିମାଣରେ  ଫାଇବର ଥାଏ, ଯାହା ପେଟ ଫୁଲିବା , ଗ୍ୟାସ ସୃଷ୍ଟି କରିଥାଏ । ଆମ୍ବରେ ପ୍ରଚୁର କ୍ୟାଲୋରୀ ଥାଏ , ତେଣୁ ଏହାକୁ  ଅତ୍ୟଧିକ ଖାଇବା ଦ୍ୱାରା ଆପଣଙ୍କ ଓଜନ ବୃଦ୍ଧି ହୋଇପାରେ । ଆମ୍ବରେ ଉଚ୍ଚ ଇଣ୍ଡେକ୍ସ ଥାଏ, ଯାହା ଯୋଗୁଁ  ଶର୍କରା ସ୍ତରକୁ  ଦ୍ରୁତ ଗତିରେ ବୃଦ୍ଧି କରିପାରେ ।  କିଛି ଲୋକଙ୍କୁ ଆମ୍ବ ପ୍ରତି ଆଲର୍ଜି ହୋଇପାରେ  ଅତ୍ୟଧିକ ଆମ୍ବ  ଖାଇବା ଦ୍ୱାରା ଏହି ଆଲର୍ଜି ପ୍ରକ୍ରିୟା ବଢିପାରେ । ଏହା ବ୍ୟତୀତ ଆମ୍ବରେ   ଚିନିର ପରିମାଣ ଅଧିକ ଥିବାରୁ ଏହାକୁ ମଧୁମେହ ରୋଗୀଙ୍କ ପାଇଁ ଭଲ ବୋଲି ବିବେଚନା କରାଯାଏ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking