19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶବ୍ରହ୍ମପୁତ୍ର ନଦୀରୁ ମିଳିଲା ଏକ ନୂତନ ପ୍ରଜାତିର ମାଛ

ବ୍ରହ୍ମପୁତ୍ର ନଦୀରୁ ମିଳିଲା ଏକ ନୂତନ ପ୍ରଜାତିର ମାଛ

ନୂଆଦିଲ୍ଲୀ:  ଉତ୍ତର-ପୂର୍ବ ଭାରତର ନଦୀଗୁଡ଼ିକର ଜୈବ ବିବିଧତା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବୈଜ୍ଞାନିକମାନେ ବ୍ରହ୍ମପୁତ୍ର ନଦୀର ଗଭୀରତାରେ ଏକ ନୂଆ ପ୍ରଜାତିର ମାଛ ପାଇଛନ୍ତି । ଯାହାକୁ ‘ପେଥିଆ ଡିବ୍ରୁଗର୍ହେନସିସ୍’ ନାମ ଦିଆଯାଇଛି । ଏହି ମାଛଟି ଆସାମର ଡିବ୍ରୁଗର୍ ଜିଲ୍ଲାର ସେହି ସ୍ଥାନ ଅନୁସାରେ ନାମିତ ହୋଇଛି, ଯେଉଁଠାରେ ଏହା ଆବିଷ୍କୃତ ହୋଇଥିଲା । ଏହି ଆବିଷ୍କାର ଗୌହାଟି ଏବଂ ବାରାକପୁର ସ୍ଥିତ କେନ୍ଦ୍ରୀୟ ଅନ୍ତର୍ଦେଶୀୟ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ଭାରତୀୟ କୃଷି ଗବେଷଣା ପରିଷଦ ଏବଂ ମଣିପୁର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା ମିଳିତ ଭାବରେ କରାଯାଇଛି । ବ୍ରହ୍ମପୁତ୍ର ନଦୀରେ ମଧୁର ଜଳ ଜୀବ ସନ୍ଧାନର ଅଂଶ ଭାବରେ ଏହି ସର୍ଭେ କରାଯାଇଥିଲା । ଏହି ନୂଆ ପ୍ରଜାତି ଉପରେ ଆଧାରିତ ଗବେଷଣା ନିକଟରେ ସ୍ପ୍ରିଙ୍ଗର ନେଚରର ଅନ୍ତର୍ଜାତୀୟ ପତ୍ରିକା ନ୍ୟାସନାଲ ଏକାଡେମୀ ସାଇନ୍ସ ଲେଟର୍ସରେ ପ୍ରକାଶିତ ହୋଇଛି ।

ଏହି ଗବେଷଣାର ନେତା ଡକ୍ଟର ବସନ୍ତ କୁମାର ଦାସ କହିଛନ୍ତି, ‘ବ୍ରହ୍ମପୁତ୍ର ଅବବାହିକାରେ ଏବେ ବି ଅନେକ ରହସ୍ୟମୟ ପ୍ରଜାତି ରହିଛି । ପ୍ରତ୍ୟେକ ନୂତନ ପ୍ରଜାତି ଆବିଷ୍କାର ଆମକୁ ଏହି ଅଞ୍ଚଳର ଜଳୀୟ ପରିବେଶକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରେ । ପରିବେଶଗତ ପରିବର୍ତ୍ତନ ହେବା ପୂର୍ବରୁ ଏହି ପ୍ରଜାତିଗୁଡ଼ିକୁ ରେକର୍ଡ କରିବା ଏବଂ ସଂରକ୍ଷଣ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ । ନୂତନ ମାଛ ପେଥିଆ ଡିବ୍ରୁଗାରେନ୍ସିସ୍ ସାଇପ୍ରିନିଡେ ପରିବାରର ଏବଂ ଏହା ଏକ ବାର୍ବ ପ୍ରଜାତି । ଏହି ମାଛ ସାଧାରଣତଃ ମଧ୍ୟମ ପ୍ରବାହିତ ପାଣିରେ ଦେଖାଯାଏ ଯେଉଁଠାରେ କାଦୁଆ, ବାଲି ଏବଂ ପଥର ଥାଏ । ଏଥି ସହ ଜାଣିରଖନ୍ତୁ ଯେ, ମାଛଟି ଅନେକ ଶାରୀରିକ ଗୁଣରେ ପରିପୂର୍ଣ୍ଣ, ଯାହା ଅନ୍ୟ ମାଛମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking