ଭୁବନେଶ୍ୱର: ଆସନ୍ତା ୧୧ ତାରିଖ ଶୁକ୍ରବାର ଦିନ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳର ସର୍ବମାନ୍ୟ ନେତା, ଜନନାୟକ ଲୋକସଭାର ବିରୋଧି ଦଳର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ସମେତ, ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ ଜୀ ଓ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ କେ.ସି ଭେନୁଗୋପାଲ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ସମ୍ବିଧାନ ବଂଚାଅ ସମାବେଶରେ ଯୋଗଦାନ କରିବେ ଓ ବିଶାଳ ଜନସମାବେଶକୁ ସମ୍ଭୋଦିତ କରିବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଂଯୋଜକ ଶ୍ରୀ ବିଶ୍ୱଜିତ ଦାସଙ୍କ ସଭାପତିତ୍ୱରେ ପ୍ରଦେଶ କଂଗ୍ରେସର ପର୍ଯ୍ୟବୈକ୍ଷକ ବିଧାୟକ ଅଶୋକ ଦାସଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତୃବର୍ଗ ପ୍ରସ୍ତୁତି ବୈଠକରେ ଯୋଗଦାନ କରିଥିଲେ ।
ଏଥିପାଇଁ ଜିଲ୍ଲାର ବିଭିନ୍ନ ନେତୃବର୍ଗ ନିଜର ସୁ-ଚିନ୍ତିତ ମତାମତ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ କାର୍ଯ୍ୟ କରିବେ ବୋଲି କହିଥିଲେ । ଆଜିର ଏହି ପ୍ରସ୍ତୁତି ବୈଠକରେ ଶିବାନନ୍ଦ ରାୟ, କିଶୋର ଜେନା, ସୁବ୍ରତ ମହାପାତ୍ର, ଅଶୋକ ଦାସ, ଗୀତାଞ୍ଜଳୀ ମହାନ୍ତି, ରଜନୀ ମହାନ୍ତି, ପ୍ରଶାନ୍ତ ଚମ୍ପତି, ମୋହନ ଜେନା, ପ୍ରକାଶ ଜେନା, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତରାୟ, ମନୋରଞ୍ଜନ ଜେନା, ହିମାଂଶୁ ଲେଙ୍କା, ପ୍ରାଚୀ ରାଉତରାୟ, ଅକ୍ଷୟ କୁମାର ଦାସ, ନାରାୟଣ ଜେନା, ଅନୱର ଖାନ୍, ଜ୍ୟୋତି ମହାନ୍ତି, ପ୍ରଶାନ୍ତ ଶତପଥି, ଅଶୋକ ଜେନା, ଆଶିଷ ମଲ୍ଲିକ, ମିହିର ଆଚାର୍ଯ୍ୟ, ଦେବରାଜ ମିଶ୍ର, ଇନ୍ଦ୍ରଜିତ୍ ପରିଜା, ଲିଙ୍ଗରାଜ ସାହୁ, ଶ୍ରୀୟା ମହାନ୍ତି, ମଣ୍ଟୁ ମଲ୍ଲିକ, ଦେବବ୍ରତ ମହାନ୍ତି, ମନୀଷା ଦାସ ପଟ୍ଟନାୟକ, ପୁଷ୍ପିତା ଦାସ, ଯୋଗୀନାଥ ନାୟକ, ଶଙ୍କୁନା କହଁର, କୁସୁମ ପ୍ରଧାନ, ଏସ୍.କେ. କମର ଅଲ୍ଲୀ, ସ୍ନେହାପ୍ରଭା ଜେନା, ଦେବୀ ପ୍ରସାଦ ସ୍ୱାଇଁ, ମାମୀନା ବେହେରା, ରାକେଶ ମହାନ୍ତି, ସୌମେନ୍ଦ୍ର ମହାନ୍ତି, ଜମିଲ ଖାନ, ମନୋଜ ସାହୁ, ଜମ୍ବେଶ୍ୱର ମଲ୍ଲିକ, ସେକ୍ ତାକୱିମ୍, ଦେବାଶିଷ ଦାସ ଓ ବଳଦେବ ରଥ ପ୍ରମୁଖ ଏହି ପ୍ରସ୍ତୁତ ବୈଠକରେ ଅଂଶ ଗ୍ରହଣ କରିଥିଲେ ।










