17.1 C
Bhubaneswar
Tuesday, February 10, 2026
Homeଓଡିଶାବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଏତଲା

ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଏତଲା

କଟକ: ଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଏତଲା । କଟକ ମ୍ୟୁନିସିପାଲ କର୍ପୋରେସନର ୨୨ ନମ୍ବର ୱାର୍ଡ କର୍ପୋରେଟର ଚନ୍ଦନ ଜେନାଙ୍କ ନାଁରେ ଏତଲା ହୋଇଛି । ନିଜ ୱାର୍ଡର ଜଣେ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ ଓ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ନେଇ ଥାନାରେ ଅଭିଯୋଗ ହୋଇଛି । ମେରିଆବଜାର ଅଞ୍ଚଳର ବରିଷ୍ଠ ନାଗରିକ ସୁବ୍ରତ କୁମାର ବାଉଣ୍ଡ୍ରୀଙ୍କ ୱାଲକୁ ଲଗେଇ ସରକାରଙ୍କ ଘର ନିର୍ମାଣ କରାଯାଉଛି । ସେ ଏହାକୁ ବାରଣ କରିବାରୁ ତାଙ୍କୁ କର୍ପୋରେଟର ଚନ୍ଦନ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପଥରରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏତଲାକୁ ଭିତ୍ତିକରି ପୋଲିସ ଚନ୍ଦନଙ୍କ ନାଁ ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ଅନ୍ୟପଟେ ଘଟଣା ସମୟର ସିସିଟିଭି ଫୁଟେଜ ମଧ୍ୟ ଭାଇରାଲ ହେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking