17.1 C
Bhubaneswar
Tuesday, December 9, 2025
Homeଓଡିଶାସକାଳେ ଖାଲି ପେଟରେ ଗ୍ରୀନ୍ ଟି ପିଉଛନ୍ତି କି?

ସକାଳେ ଖାଲି ପେଟରେ ଗ୍ରୀନ୍ ଟି ପିଉଛନ୍ତି କି?

ଭୁବନେଶ୍ୱର: ଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ  ବହୁତ ଲାଭଦାୟକ  ବୋଲି ବିବେଚନା କରାଯାଏ । ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଗ୍ରୀନ ଟି ।  ଓଜନ ହ୍ରାସ କରିବାରେ ଏହା ବହୁତ ପ୍ରଭାବଶାଳୀ । ଅଧିକାଂଶ ସମୟରେ ଡାକ୍ତର  ଗ୍ରୀନ ଟି ଖାଲି ପେଟରେ ପିଇବାକୁ ମନା କରନ୍ତି । ଗ୍ରୀମ ଟିରେ  ଟାନିନ ଏବଂ  ପଲିଫେନୋଲ ଥାଏ,  ଯାହା ଖାଲି ପେଟରେ ପିଇଲେ  ପେଟରେ ଏସିଡ ସୃଷ୍ଟି କରେ । ବଦହଜମୀ, ବାନ୍ତି ଭଳି ସମସ୍ୟା ସୃଷ୍ଟି ହୁଏ ।   ଚାକ୍ତରଙ୍କ କହିବା ଅନୁସାରେ   ସକାଳେ ହାଲୁକା ଖାଦ୍ୟ ଖାଇସାରିବା ପରେ ଗ୍ରୀନ ଟି ପିଇବା ଉଚିତ ।  କିଛି ଲୋକ ବ୍ୟାୟାମ ପୂର୍ୱରୁ କିମ୍ବା ପରେ ଗ୍ରୀନ ଟି  ପିଇବାକୁ ପସନ୍ଦ କରନ୍ତି ।  କାରଣ ଏହା ଶରୀରକୁ ସତେଜ ରଖିବା ସହିତ ଷ୍ଟାମିନା ବୃଦ୍ଧି କରିବାରେ ସାହାଯ୍ୟ କରେ ।  ସାଧାରଣତଃ  ଦିନକୁ  ୨ରୁ ୩ କପ  ଗ୍ରୀନ ଟି ପିଇବା ଯଥେଷ୍ଟ ଭଲ ବୋଲି ବିବେଚନା କରାଯାଏ ।   ଅତ୍ୟଧିକ ସବୁଜ ଚା ପିଇବା ଦ୍ୱାରା  ପେଟ ଖରାପ, ଅନିଦ୍ରା, ଏବଂ ଯକୃତ ଉପରେ ଚାପ ପରି ସମସ୍ୟା ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking