16.1 C
Bhubaneswar
Thursday, February 5, 2026
Homeଓଡିଶାଝାରପଡ଼ା ଜେଲରେ ଲାଗିବ ଏଆଇ କ୍ୟାମେରା

ଝାରପଡ଼ା ଜେଲରେ ଲାଗିବ ଏଆଇ କ୍ୟାମେରା

ଭୁବନେଶ୍ୱର: ଝାରପଡ଼ା ଜେଲରେ ଜେଲ ଡିଜି । ଭୁବନେଶ୍ୱର ସ୍ଵତନ୍ତ୍ର କାରାଗାରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଜେଲ୍ ଡିଜି ସୁଶାନ୍ତ ନାଥ । ଜେଲ ଡିଜି କଏଦୀ ଜଗନ୍ନାଥ ପ୍ରଧାନଙ୍କୁ ଭେଟିଲେଏଥି ସହିତ ବିଭିନ୍ନ ୱାର୍ଡ ବୁଲିବା ସହ ଝାରପଡ଼ା ଜେଲର ସୁପରିଟେଣ୍ଡେଣ୍ଟ ଓ ଜେଲରଙ୍କ ସହ ଜେଲ୍ ଡିଜି ବୈଠକ କରିଛନ୍ତି । ଜେଲରଙ୍କ ସହ ମଧ୍ୟ ଆଲୋଚନା କରି କଏଦୀମାନଙ୍କ ସମ୍ପର୍କରେ ପଚାରି ବୁଝିଛନ୍ତି ଜେଲ ଡିଜି । ୱାର୍ଡରଙ୍କୁ ଡାକି ଜେଲ ଡିଜି ତାଗିଦ କରିଥିବା ସୂଚନା ରହିଛି । ଜେଲର ସିସିଟିଭି ମଧ୍ୟ କଲେ ଯାଞ୍ଚ ।

ବୈଠକ ପରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଡିଜି ସୁଶାନ୍ତ ନାଥ । ଡିଜି କହିଛନ୍ତି, ଝାରପଡ଼ା ଜେଲ୍‌ରେ ଲାଗିବ ଏଆଇ କ୍ୟାମେରା । ଫଳରେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ସୁଦୃଢ ହୋଇପାରିବ । କେଉଁ ଜେଲରେ କଣ ହେଉଛି କ୍ୟାମେରା ଜରିଆରେ ନଜର ରଖିବେ ଉପରିସ୍ଥ ଅଧିକାରୀ। ୱାର୍ଡରେ କଏଦୀଙ୍କ ଆଚାରବ୍ୟବହାରରେ ପରିବର୍ତ୍ତନ ଦେଖାଗଲେ ଏଆଇ କ୍ୟାମେରା ତୁରନ୍ତ ଜେଲ କର୍ତ୍ତୃପକ୍ଷଙ୍କୁ ସିଗନାଲ ଦେବ। ଏହାସହ କଏଦୀ ଆତ୍ମହତ୍ୟା ଏବଂ ନିଶା କାରବାର କରିବାକୁ ଚେଷ୍ଟା କଲେ ଏଆଇ କ୍ୟାମେରା ତାଙ୍କୁ ଚିହ୍ନଟ କରିବ।

ଏହି କ୍ୟାମେରା ସହ କଏଦୀଙ୍କ ମୁହଁ, ଆଖି ଏବଂ ଫିଙ୍ଗରପ୍ରିଣ୍ଟ ଲିଙ୍କ କରାଯିବ। ଏହା ଦ୍ୱାରା କେଉଁ କଏଦୀ କେବେ ଆସିଲେ କେଉଁ ଅପରାଧରେ ଆସିଲେ ସବୁ କିଛି ଏଆଇ କ୍ୟାମେରା ସାହାଯ୍ୟରେ ଜଣା ପଡିବ। କିଛି ବର୍ଷ ହେଲା ଜେଲରେ ଆତ୍ମହତ୍ୟା ଏବଂ ଗଣ୍ଡଗୋଳର କେସ ବଢୁଛି। ଯାହା ଦ୍ବାରା ବଦନାମ ହେଉଛି ଜେଲ ବିଭାଗ। ଏହାକୁ ରୋକିବା ପାଇଁ ଏଆଇ କ୍ୟାମେରା ଉପରେ ଫୋକସ ଦେଇଛି ଜେଲ ବିଭାଗ। ଏବେ ଜେଲରେ ଆତ୍ମହତ୍ୟା ଗଣ୍ଡଗୋଳରେ ଲାଗିବ ରୋକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking