15.1 C
Bhubaneswar
Saturday, December 6, 2025
Homeଓଡିଶାବି.ଇଡି ପ୍ରବେଶିକା ପରିକ୍ଷାରେ ଅନିୟମିତତାକୁ ନେଇ ଛାତ୍ର କଂଗ୍ରେସର ଅଭିଯୋଗ

ବି.ଇଡି ପ୍ରବେଶିକା ପରିକ୍ଷାରେ ଅନିୟମିତତାକୁ ନେଇ ଛାତ୍ର କଂଗ୍ରେସର ଅଭିଯୋଗ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟଳୟରେ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ରାଜ୍ୟର ଶିକ୍ଷ୍ୟା ସମ୍ବନ୍ଧୀୟ ଛାତ୍ରଛାତ୍ରୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସମ୍ବୋଧିତ କରିଥିଲେ । ଚଳିତ ବର୍ଷ ରାଜ୍ୟରେ ଏକ ଲକ୍ଷ ୨୭ ହଜାର ବିଦାର୍ଥ B.ED,M.Ed,B.HED ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାକୁ SSB ପରିଚାଳନା କରୁଥିଲା I ବିଗତ କିଛି ଦିନ ତଳେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ପରୀକ୍ଷା ଫଳ ପ୍ରକାଶିତ ହେଲା ପରେ ଏଥିରେ ଅନେକ ଛାତ୍ର ନିଜ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ନିଜେ ଆଶା କରୁଥିବା ମାର୍କ ଠାରୁ ଯଥେଷ୍ଟ କମ ମାର୍କ ମିଳିଛି ବୋଲି ଅଭିଯୋଗ କରିଥିଲେ।ଏହି ଘଟଣାକୁ ଆମେ ଅନୁସନ୍ଧାନ କରି ରିପୋର୍ଟ ନେବାରୁ ଜାଣିଲୁ ଯେ ଏଥିରେ ଅନେକ ପ୍ରକାରର ଜାଲିଆତି ଓ ଦୁର୍ନୀତି ହୋଇଛି। କାରଣ ଏହି କି ଯେ SSB ଫଳ ପ୍ରକାଶ କଲା ସତ କିନ୍ତୁ ତାହାର official Answer key ବାହାର କରିନଥିଲା I ପରେ ଅନେକ ଛାତ୍ର ଭବିଷ୍ୟତ ବିପଦରେ ଆଶଙ୍କା କରି ssb office କୁ ଯାଇ ଅଭିଯୋଗ କଲା ପରେ, Admission procedure କୁ ସରକାର ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ତଗିତ ରଖୁଛନ୍ତି I ଏବଂ ପରେ Sams website subjects wise expert team କରି evaluation କରିବେ ବୋଲି କହିଛନ୍ତି । ଏଥୁରୁ ଜଣା ପଡିଲା ଯେ ସରକାର SSB ଗୁରୁତର ତ୍ରୁଟି କରିଛନ୍ତି ।

ଏହି ଅନିୟମିତତା ପରେ ଆମର ପ୍ରଶ୍ନ SSB କୁ

୧. BED ପରୀକ୍ଷା ପରିଚାଳନା ପାଇଁ ବୋର୍ଡ କେବେ ବସିଥିଲା? ତହିଁରେ କଣ ନିଷ୍ପଭି ହୋଇଥୁଲା? ପ୍ରୋଭିଜିନାଲ୍ ଆନସାର୍ କି ପ୍ରକାଶ ନ କରିବାକୁ ନିଷ୍ପତ୍ତି ହୋଇଥିଲା କି?

୨. ୫ ଜଣ ପରୀକ୍ଷାର୍ଥୀଙ୍କ କୋଡିଂ ଭୁଲ ହୋଇଥିବା SSB ପକ୍ଷରୁ ଲିଖିତ ଭାବେ ଉଚ୍ଚଶିକ୍ଷା ବିଭାଗକୁ ଦିଆଯାଇଛି I ଏଠାରେ ପ୍ରଶ୍ନ କେବଳ ୫ ଜଣ ପରୀକ୍ଷାର୍ଥୀଙ୍କ କୋଡିଂ ଭୁଲ୍ ହୋଇଥିବା SSB ସଚିବ ଜାଣିଲେ କିପରି? ପିଲାମାନେ ଅଭିଯୋଗ କରିଥିଲେ କି? ଯଦି କରିଥିଲେ ତାହେଲେ ସମସ୍ତ ପରୀକ୍ଷାର୍ଥୀ ଅଭିଯୋଗ କରିବାକୁ ସୁଯୋଗ ଦିଆଯାଇ ନାହିଁ କାହିଁକି?

୩. କୋଡ଼ିଂରେ ଭୁଲ ପାଇଁ କିଏ ଦାୟୀ? ଯଦି ଫାର୍ମ ଦାୟୀ ତାହେଲେ ତାହାକୁ କଳା ତାଲିକାଭୁକ୍ତ କରୁନାହାଁନ୍ତି କାହିଁକି?

୪. ବିଶେଷଜ୍ଞ କମିଟି ଗଠନ କରିବାକୁ ସପ୍ତାହେ ତଳୁ ବିଭାଗ ନିର୍ଦ୍ଦେଶ ଦେଇଥିଲେ ବି ଏଯାଏଁ କାହିଁକି ଗଠନ କରାଯାଇନାହିଁ? ନାମଲେଖା ପ୍ରକ୍ରିୟା ବିଳମ୍ବ କରି ଓଡ଼ିଆ ମାଧବୀଙ୍କ ଭବିଷ୍ୟତ ଅନ୍ଧାର କରିବାକୁ ଚାହୁଁଛି କି SSB?

ଦାବି

୧. ଅବିଳମ୍ବେ ପ୍ରୋଭିଜିନାଲ୍ ଆନସାର୍ କୁ ପ୍ରକାଶ କରାଯାଉ ।
୨. ପିଲାଙ୍କୁ ଅଭିଯୋଗ କରିବା ପାଇଁ ସୁଯୋଗ ଦିଆଯାଉ
୩. ବିଭ୍ରାଟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

୪. ଲାଞ୍ଚ କାରବାର ଅଭିଯୋଗର ଭିଜିଲାନ୍ସ ତଦନ୍ତ କରାଯାଉ। ଯଦି ସମ୍ପୁର୍ଣ୍ଣ ଭାବରେ ଏହି Exam ରେ ସ୍ବଚ୍ଛତା ଅବଲମ୍ବନ କରାଯାଏ ନାହିଁ I ତେବେ ଛାତ୍ର କଂଗ୍ରେସ SSB office ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ।
ଏହି ପ୍ରେସ ସମ୍ମିଳନୀରେ ଉଦିତ ନାରାୟଣ ପ୍ରଧାନଙ୍କ ସହ ମହମ୍ମଦ ଇମଦାଦ,ମନୋଜ ବିଶ୍ବାଳ, ସତ୍ୟଜିତ ପଟ୍ଟନାୟକ, ସୋମ୍ୟରଞ୍ଜନ ବରାଳ, ଆଶିଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking