23.1 C
Bhubaneswar
Sunday, February 8, 2026
Homeଓଡିଶାବିଶ୍ୱ କ୍ରୀଡା ମଞ୍ଚରେ ଇତିହାସ ରଚିଛି ଓଡ଼ିଶା ପୋଲିସ!

ବିଶ୍ୱ କ୍ରୀଡା ମଞ୍ଚରେ ଇତିହାସ ରଚିଛି ଓଡ଼ିଶା ପୋଲିସ!

ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଏହି କ୍ରମରେ ଆଜି ୪ ଜଣ ଯୁବ କ୍ରୀଡାବିତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ଓଡିଶା ପୋଲିସକୁ ଗୌରବାନ୍ଵିତ କରିଛନ୍ତି।

କନଷ୍ଟେବଳ ଅଶୋକ ଦଣ୍ଡସେନା ୧୫୦୦ ମିଟର (ପୁରୁଷ ବର୍ଗ)  ଦୌଡ଼ରେ ଏବଂ କନଷ୍ଟେବଳ ସୁସ୍ମିତା ଟିଗା ୧୫୦୦  ମିଟର (ମହିଳା ବର୍ଗ)  ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରି ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ କନଷ୍ଟେବଳ ଅଶୋକ ଦଣ୍ଡସେନା  ୮୦୦ ମିଟର (ପୁରୁଷ ବର୍ଗ)  ଦୌଡ଼ରେ ସ୍ଵର୍ଣ୍ଣ ପଦକ ଏବଂ କନଷ୍ଟେବଳ ସୁସ୍ମିତା ଟିଗା ୮୦୦  ମିଟର (ମହିଳା ବର୍ଗ)  ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି କନଷ୍ଟେବଳ ଭଗବାନ ରେଡ୍ଡୀ, କରାଟେ  (୬୪ କି.ଗ୍ରାରୁ କମ ) ବର୍ଗରେ ଏବଂ କନଷ୍ଟେବଳ ସୁମନ ଶେଖର ଦାସ କରାଟେ  (୮୪ କି.ଗ୍ରାରୁ କମ) ବର୍ଗରେ ସ୍ଵର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।

ଏହି କୃତି କ୍ରୀଡାବିତ ମାନଙ୍କ ବିରଳ ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଏହି କୃତି କ୍ରୀଡାବିତମାନେ  ଅସାଧାରଣ କ୍ରୀଡା କୌଶଳ ପ୍ରଦର୍ଶନ କରିବା ସହ ଓଡ଼ିଶା ପୋଲିସର ସୁନାମ ବଢ଼ାଇଛନ୍ତି।  ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ପ୍ରତି ଦୁଇ ବର୍ଷରେ ଅନୁଷ୍ଠିତ ହୋଇଥାଏ ।  ଯେଉଁଥିରେ ପୋଲିସ, ଅଗ୍ନିଶମ ଏବଂ ବିଶ୍ୱର ଅନ୍ୟାନ୍ୟ ସାର୍ବଜନୀନ ସୁରକ୍ଷା ସଂସ୍ଥାର ହଜାର ହଜାର ଖେଳାଳି ଅଂଶଗ୍ରହଣ କରିଥାନ୍ତି। ଏହି କୃତି କ୍ରୀଡାବିତ ମାନଙ୍କ ବିଜୟ ଓଡ଼ିଶା ପୋଲିସର କ୍ରୀଡା ଉତ୍କର୍ଷତା, ଦୃଢ଼ତା ଏବଂ ଶୃଙ୍ଖଳାର ପ୍ରମାଣ। ସେମାନଙ୍କ ପଦକ ବିଜୟ  ଓଡିଶା ପୋଲିସ ବାହିନୀକୁ ଗୌରବାନ୍ୱିତ କରିବା ସହ କର୍ତ୍ତବ୍ୟ ଏବଂ କ୍ରୀଡ଼ା ଉଭୟରେ ଉତ୍କର୍ଷତା ହାସଲ କରିବାକୁ ଅନ୍ୟ କ୍ରୀଡ଼ାବିତ ଓ ଅଧିକାରୀମାନଙ୍କୁ ପ୍ରେରଣା ଯୋଗାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking