ଭୁବନେଶ୍ୱର: ବିଏମସି ଆଟାକ ଘଟଣାରେ ମାଷ୍ଟର ମାଇଣ୍ଡକୁ ଗିରଫ ଦାବି କଲେ ମେୟର ସୁଲୋଚନା ଦାସ । ବିଏମସି ଅଫିସରେ ବୈଠକ ପରେ କଡା ପ୍ରତିକ୍ରିୟା ରଖିଲେ ମେୟର । କହିଲେ ଏ ଘଟଣାରେ ସ୍ପଷ୍ଟ ହୋଇ ସାରିଛି ମାଷ୍ଟର ମାଇଣ୍ଡ କିଏ । ଦୃଷ୍ଟାନ୍ତମୂଳକ ଦଣ୍ଡ ନମିଳିଲେ କେହି ଆଇନକୁ ହାତକୁ ନେବେ ନାହିଁ । ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ । କିନ୍ତୁ ଓଏଏସ ସଂଘ ନିଷ୍ପତ୍ତି ଅନୁସାରେ ସମସ୍ତେ ଛୁଟିରେ ଅଛନ୍ତି । ବିଏମସିରେ ମଧ୍ୟ ସମସ୍ତେ ଛୁଟିରେ ରହିଛନ୍ତି । ମେୟର ଭାବେ ମୁଁ ସମର୍ଥନ କରୁଛି ଓ ସେମାନଙ୍କ ସହ ରହିଛି । ମୁଖ୍ୟ ଅଭିଯୁକ୍ତ ନଧରା ହେବା ଯାଏଁ କାମରେ ଯୋଗ ଦେବୁ ନାହିଁ । କମିଶନର ନିଜେ କହିଛନ୍ତି ଆଇନର ଉପରେ କେହି ନୁହଁନ୍ତି । ବର୍ତ୍ତମାନ ବିଏମସିରେ କେହି ନିଜକୁ ସୁରକ୍ଷିତ ଅନୁଭବ କରୁନାହାନ୍ତି ।










