କୋରାପୁଟ: ଲଗାଣ ବର୍ଷା ଯୋଗୁଁ କୋରାପୁଟ ଦଶମନ୍ତପୁର ବ୍ଲକକୁ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି । ଯବାନ ଗାର୍ଡ ପୋଲ ନିର୍ମାଣ ନିକଟରେ ଡାଇଭର୍ସନ ଦିଆଯାଇଥିବା ଲାଗି ରାସ୍ତା ଖାଇଯିବାରୁ ଉଭୟ ପାଶ୍ୱର୍ରେ ଗାଡି ମୋଟର ଅଟକି ରହିଥିଲା । ଏବଂ ଦୁଇ ଚକିଆଯାନ ଯିବା ଆସିବା କରିବା ବେଳେ ଚାରି ଚକିଆ ଯାନା ଅଟକି ରହିଛି । ଦଶମନ୍ତପୁର ଆଇଆଇସି ସୁକମା ହାଂସଦା ଉପସ୍ଥିତ ରହିଥିବା ନେଇ ଦେଖିବାକୁ ମିଳିଛି । ବର୍ତ୍ତମାନ ଏକ ଜେସିବିରେ କାମ ଚାଲିଥିବା ବେଳେ ତାହା ରହିବ କି ନାହିଁ ଏନେଇ ସ୍ପଷ୍ଟ ହୋଇନାହିଁ ।










