28.1 C
Bhubaneswar
Tuesday, May 5, 2026
Homeଓଡିଶାଜଙ୍ଗଲରେ ମହିଳାଙ୍କୁ ଗଣଦୁଷ୍କର୍ମ

ଜଙ୍ଗଲରେ ମହିଳାଙ୍କୁ ଗଣଦୁଷ୍କର୍ମ

ଯାଜପୁର: ଯାଜପୁର ଜିଲ୍ଲାର ଭାଲୁଖାଇ ଜଙ୍ଗଲ ନିକଟରେ ଘଟିଛି ଏକ ଲଜ୍ୟାଜନକ ଘଟଣା। ଭାଲୁଖାଇ ଜଙ୍ଗଲ ନିକଟରେ ମଙ୍ଗଳବାର ଜଣେ ମହିଳାଙ୍କୁ ଦୁଇ ଜଣ ବ୍ୟକ୍ତି ଦ୍ୱାରା ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପୀଡ଼ିତା ଛେଳି ଚରାଇବା ପାଇଁ ବୈରୀ ଥାନା ଅଞ୍ଚଳରେ ଥିବା ଜଙ୍ଗଲକୁ ଯାଇଥିବା ବେଳେ ଦୁଇ ଜଣ ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଅଟକାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି ଏବଂ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି। ଘଟଣା ପରେ ପୋଲିସ ସ୍ଥାନୀୟ ଅଞ୍ଚଳର ଦୁଇ ଅଭିଯୁକ୍ତ ଭଜମାନ ଭୋଇ ଏବଂ ସୁନନ୍ଦା ପିହୁଙ୍କୁ ଗିରଫ କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking