ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଅଫିସରେ ଗଣ୍ଡଗୋଳ । ଅଫିସ୍ ଭିତରେ ପଶି କମିସନରଙ୍କୁ ମାଡ଼ ମାରିଥିବା ଅଭିଯୋଗ । ଆଜି ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କିଛି ଯୁବକ ଅଫିସ୍ ଭିତରେ ପଶି ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ କାମ ବନ୍ଦ କରି ଧାରଣାରେ ବସିଛନ୍ତି ବିଏମ୍ସି କର୍ମଚାରୀ । ଅତିରିକ୍ତ କମିଶନରଙ୍କୁ ମାଡର ଦୃଶ୍ୟ ପଦାକୁ ଆସିଲା । ଅତିରିକ୍ତ କମିଶନରଙ୍କୁ ମରାଣାନ୍ତକ ଆକ୍ରମଣନ୍ରିଛନ୍ତି । ତାଙ୍କୁ ଘୋଷାଡି ଘୋଷାଡି ପିଟୁଛନ୍ତି । ବିଧା, ଗୋଇଠା ମାରୁଛନ୍ତି । କିଏ ସେ ଆକ୍ରମଣକାରୀ ସ୍ପଷ୍ଟ କରିନି କମିଶନରେଟ ପୋଲିସ ।










