13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଗୁରୁଗ୍ରାମରେ ମହାସମାରୋହରେ ରଥଯାତ୍ରା

ଗୁରୁଗ୍ରାମରେ ମହାସମାରୋହରେ ରଥଯାତ୍ରା

ଗୁରୁଜୀଙ୍କ ଦ୍ଵାରା ଛେରା ପହଁରା, ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ, ହରିଆଣା ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ଯୋଗଦାନ ଗୁରୁଗ୍ରାମ : ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣା ଓ ମାର୍ଗଦର୍ଶନ ରେ ଗୁରୁଗ୍ରାମ୍ ସ୍ଥିତ ସାଇ କା ଆଙ୍ଗନ୍ ଠାରେ ପବିତ୍ର ରଥ ଯାତ୍ରା ଉତ୍ସବ ମହା ସମାରୋହ ସହକାରେ ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଅନୁଷ୍ଠିତ ହୋଇଯାଇଛି ।

ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ ରଥ ଉପରେ ଛେରା ପହଁରା କରିଥିଲେ । ଗୁରୁଜୀ ରଥାରୁଢ଼ ମହାପ୍ରଭୁଙ୍କର ଆରତୀ କରିବା ସମୟରେ ଶ୍ରୀ ଜଗନ୍ନାଥଙ୍କର ଶ୍ରୀଭୁଜରୁ ଫୁଲ ହାର ଖସିପଡ଼ିବା ଘଟଣା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଦ୍ଭୁତ ଭକ୍ତି ଓ ଆନନ୍ଦର ଲହରୀ ଖେଳାଇ ଦେଇଥିଲା । ଗୁରୁଗ୍ରାମ ଏବଂ ହରିଆଣା ଓ ନୂଆଦିଲ୍ଲୀର ବିଭିନ୍ନ ଅଞ୍ଚଳ ସମେତ ଓଡ଼ିଶା ଓ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗ ଦେଇଥିଲେ । ବିଦେଶରୁ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ସଂଯୁକ୍ତ ଆରବ ଏମିରଟ ପ୍ରଭୃତି ଦେଶରୁ ମଧ୍ୟ ବହୁ ଭକ୍ତ ଯୋଗ ଦେଇଥିଲେ । ହରିଆଣାର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଉତ୍ସବରେ ଯୋଗଦେଇ ତିନି ଠାକୁରଙ୍କ ଆରତୀ କରିଥିଲେ ।କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଯୋଗ ଦେଇ ମହାପ୍ରଭୁଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking