21.1 C
Bhubaneswar
Saturday, February 7, 2026
Homeଓଡିଶାସବୁଜ ଓଡ଼ିଶା ଗଢ଼ି ତୋଳିବା ପାଇଁ ବ୍ୟାପକ ଚାରାରୋପଣ ଜରୁରୀ : ମହେଶ୍ୱର ସାହୁ

ସବୁଜ ଓଡ଼ିଶା ଗଢ଼ି ତୋଳିବା ପାଇଁ ବ୍ୟାପକ ଚାରାରୋପଣ ଜରୁରୀ : ମହେଶ୍ୱର ସାହୁ

  • ଚାରାରୋପଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କଲେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର
    – ଅଗଷ୍ଟ ୧୫ ସୁଦ୍ଧା ଓଡ଼ିଶାର ସବୁ ଗ୍ରାମରେ ୧୦ ଲକ୍ଷ ବୃକ୍ଷ ଚାରାରୋପଣ କରିବାକୁ ଲକ୍ଷ୍ୟ
    ଭୁବନେଶ୍ୱର:  ମହାନ ସ୍ୱାଧୀନତା ସଂଗ୍ରମାୀ ତଥା ଜନସଂଘର ପ୍ରତିଷ୍ଠାତା ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ୱାନକ୍ରମେ ଓଡ଼ିଶାରେ ବ୍ୟାପକ ବୃକ୍ଷ ଚାରାରୋପଣ କରିବାକୁ ବିଜେପି କୃଷକ ମୋର୍ଚ୍ଚା ଲକ୍ଷ୍ୟ ରଖିଛି । ଏନେଇ ଅଗଷ୍ଟ ୧୫ ସୁଦ୍ଧା ଓଡ଼ିଶାର ସବୁ ଗ୍ରାମରେ ୧୦ ଲକ୍ଷ ବୃକ୍ଷ ଚାରାରୋପଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜଗତରନାଥ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ନେତ୍ର ଉତ୍ସବ ଅବସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସରଦେଇପୁର ଦୋଳ ମେଳଣ ପଡିଆଠାରେ ଆଜି ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥିରେ ଯୋଗଦେଇ ବୃକ୍ଷ ଚାରା ରୋପଣ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଏହାର ନେତୃତ୍ୱ ନେଇ ସବୁଜ ଓଡ଼ିଶା ଗଢ଼ି ତୋଳିବା ପାଇଁ ବ୍ୟାପକ ଚାରାରୋପଣ ଜରୁରୀ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଶ୍ରୀ ମନିସା ଚିନ୍ମୟୀ ବେହେରା, ପ୍ରୀତୀପ୍ରତିଭା ଭୋଳ, ଅମିତା କର, କୋଷାଧ୍ୟକ୍ଷ ଶ୍ରୀ ବିଶ୍ୱଜିତ ସ୍ୱାଇଁ, ରାଜ୍ୟ ସମ୍ପାଦକ ଅଶୋକ କୁମାର ରଥ, ରାଜ୍ୟ ସଂଯୋଜକ ଜଗନ୍ନାଥ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସୁଦର୍ଶନ ବିଶ୍ୱାଳ, ସନ୍ତୋଷ କୁମାର ସ୍ୱାଇଁ, ପ୍ରଭାତ କୁମାର ସ୍ୱାଇଁ, ବସନ୍ତ କୁମାର ନାୟକ, ଅଜୟ କୁମାର ପ୍ରଧାନ, ଅଜୟ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ୫ ଶହରୁ ଊର୍ଦ୍ଧ୍ୱ ଚାଷୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।

ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ଏକ ରାଜ୍ୟସ୍ତରୀୟ ବୃକ୍ଷ ଚାରା ରୋପଣ କମିଟି ଗଠନ କରାଯାଇଛି । ଏଥିସହ ୩୬ ସାଙ୍ଗଠନିକ ଜିଲ୍ଲା ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି । ଜିଲ୍ଲାସ୍ତରୀୟ କମିଟିରେ ୩ ଜଣ ଲେଖାଏଁ ସଦସ୍ୟ ରହିବେ ବୋଲି ନିଷ୍ପତି ହୋଇଛି । ଏହି କମିଟି ଆଗାମୀ ଦିନରେ ଓଡ଼ିଶାର ସମସ୍ତ ଗ୍ର୍ରାମରେ ବ୍ୟାପକ ଚାରାରୋପଣ କରିବ ବୋଲି ଶ୍ରୀ ସାହୁ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking