20.1 C
Bhubaneswar
Sunday, February 8, 2026
Homeଓଡିଶାଶ୍ୱଶୁର ଘରେ ବଳି ପଡ଼ିଲା ଜ୍ୱାଇଁ

ଶ୍ୱଶୁର ଘରେ ବଳି ପଡ଼ିଲା ଜ୍ୱାଇଁ

ସୋର: ଶ୍ୱଶୁର ଘରକୁ ଆସି ଜ୍ୱାଇଁର ଜୀବନ ଗଲା। ଶ୍ୱଶୁରଙ୍କ ମୃତ୍ୟୁ ଖବର ଶୁଣି ଆସିଥିଲେ ଜ୍ୱାଇଁ। ହେଲେ ନିଜେ ଆକ୍ରମଣର ଶିକାର ହେଲେ। ଏବଂ ଜ୍ୱାଇଁଙ୍କୁ ଶ୍ୱଶୁର ଘର ଲୋକ ପିଟିପିଟି ମାରିଦେଲେ। ଘଟଣାଟି ହେଉଛି ବାଲେଶ୍ୱର ସୋର ଅଞ୍ଚଳର। କଥାରେ ଅଛି ଶ୍ୱଶୁର ଘରେ ଜ୍ୱାଇଁ ରାଜା। ହେଲେ ଏଠି ଓଲଟା କଥା ଦେଖିବାକୁ ମିଳିଛି। ଶ୍ୱଶୁର ଘର ଲୋକ ଜ୍ୱାଇଁଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ତେବେ ମୃତକ ଜଣକ ହେଲେ ଜ୍ୱାଇଁ ଭାଗବତ। ତାଙ୍କ ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିବା କଥା ଶୁଣି ସେ ଶ୍ୱଶୁର ଘରକୁ ଆସିଥିଲେ। ହେଲେ ସେଠାରେ ଶ୍ୱଶୁରଙ୍କ ପୁତୁରା ସହ ଜ୍ୱାଇଁ ଭାଗବତଙ୍କ ବଚସା ହୋଇଥିଲା। ଫଳରେ ପୁତୁରା ରାଜା ଓ ୩ ସହଯୋଗୀ ଜ୍ୱାଇଁ ଭାଗବତଙ୍କ ଉପରକୁ ଆକ୍ରମଣ କରିଥିଲେ। ପରେ ଗୁରୁତର ଅବସ୍ଥାରେ ଜ୍ୱାଇଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ମୃତକଙ୍କ ପରିବାର ଲୋକ ସୋର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହୋଇଛି କି ଭାଗବତଙ୍କୁ ପିଟିପିଟି ହତ୍ୟା କରାଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking