ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓଡିଶା ଆସିବେ । ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି ।ଆସନ୍ତାକାଲି ଦାରୁବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ସକାଳ ୯ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ । ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା ୩୦ରୁ ପହଣ୍ଡି ହେବ । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୁଢ । ୨ଟା୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ହେବ । ଚାରମାଳ ଫିଟାଯାଇ ଅପରାହ୍ମ ୪ଟାରେ ରଥଟଣା ହେବ ।










