33.3 C
Bhubaneswar
Sunday, June 7, 2026
Homeଓଡିଶାଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକଙ୍କ ସରକାରରେ ସହଜ ଓ ସୁଗମ ହେଉଛି ବ୍ୟବସ୍ଥା। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ହାତପାହାନ୍ତାରେ ଉପଲବ୍ଧ ହେଉଛି ବିଭିନ୍ନ ସେବା। ଇ-ରେଜିଷ୍ଟ୍ରେସନ ଆପ୍‌ ଏବଂ ବାର୍ଷିକ ସଫଳତା ପୁସ୍ତିକାର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝିକହିଛନ୍ତି ଅନେକ ସମୟରେ ଜମିଜମାର ରେଜିଷ୍ଟ୍ରେସନ ଓ ମାଲିକାନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଦେଖାଦେଇଥାଏ। କିନ୍ତୁ ଛୋଟ କାମ ପାଇଁ ଆଉ ରାଜସ୍ବ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ । ଏହି ଆପ୍ ଦ୍ୱାରା ଘରେବସି ରେଜିଷ୍ଟ୍ରେସନ ଡିଡ୍ ପାଇଁ ସ୍ଲଟ୍ ବୁକିଙ୍ଗ, ସାର୍ଟିଫାଏଡ୍ କପି ଓ ଇସି ପାଇଁ ଆବେଦନ କରିହେବ । ଜମିର ବେଞ୍ଚମାର୍କ ମାର୍କେଟ୍ ଭାଲ୍ୟୁ ମଧ୍ୟ ଜାଣିହେବ। ଏହି ଆପ୍‌ ରେ ସବ୍ ରେଜିଷ୍ଟ୍ରର ଅଫିସ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିପାରିବ। ଏହାଦ୍ୱାରା ଡିଜିଟାଲ ସେବା ପ୍ରଦାନରେ ସରକାର ଏକ ବଡ ମାଇଲଷ୍ଟୋନ ହାସଲ କରିଛନ୍ତି।

ଆହୁରି କହିଛନ୍ତି ବିଗତ ଏକ ବର୍ଷ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଫଳତାଗୁଡିକ ଏହି ପୁସ୍ତିକାରେ ସ୍ଥାନ ପାଇଛି। ଜନସାଧାରଣ ଆମ ସରକାର ଉପରେ ଅନେକ ଆଶା ଓ ଭରସା ରଖିଛନ୍ତି। ସେହି ଭରସାକୁ ଅକ୍ଷୁର୍ଣ୍ଣ ରଖି ଆମେ ପ୍ରତ୍ୟେକ ସମୟରେ ଯତ୍ନବାନ ଓ ଦାୟିତ୍ୱବାନ ହୋଇ ନିରନ୍ତର ସେବା ଯୋଗାଉଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking