ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲା । ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଗୋପାଳପୁର ଗଣଦୁଷ୍କର୍ମର ଆଜି କ୍ରାଇମ୍ ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ । ଗତ ଶୁକ୍ରବାର ୬ ଅଭିଯୁକ୍ତଙ୍କ ବ୍ରହ୍ମପୁର ଜେଲରେ ହୋଇଥିଲା ଟିଆଇ ପ୍ୟାରେଡ। ଟିଆଇ ପ୍ୟାରେଡ ହେବାର କିଛି ଦିନ ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ ହୋଇଥାଏ । ତେଣୁ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗତ ଶୁକ୍ରବାର ହୋଇଥିବା ଟିଆଇ ପରେଡରେ ଅଭିଯୁକ୍ତଙ୍କୁ ଚିହ୍ନିଥଲେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁ । ଗତ ରବିବାର ରଜ ସଂକ୍ରାନ୍ତି ସଂଧ୍ୟାରେ ପୀଡ଼ିତା ତାଙ୍କ ସାଙ୍ଗଙ୍କ ସହିତ ଗୋପାଳପୁର ବେଳାଭୂମିରେ ବୁଲୁଥିବା ବେଳେ ଗଣଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ ହୋଇଥିଲା ।










