25.1 C
Bhubaneswar
Friday, December 19, 2025
Homeଓଡିଶାଦଳ ବିରୋଧୀ ଅଭିଯୋଗରେ ବିଜେଡି ଦଳରୁ ନିଲମ୍ବିତ ହେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ଵଜିତ ଦlସ

ଦଳ ବିରୋଧୀ ଅଭିଯୋଗରେ ବିଜେଡି ଦଳରୁ ନିଲମ୍ବିତ ହେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ଵଜିତ ଦlସ

ଯାଜପୁର: ଦଳ ବିରୋଧି ଅଭିଯୋଗରେ ସୁକିନ୍ଦା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ଦାସଙ୍କୁ ବଜେଡି ଦଳରୁ ନିଲମ୍ବିତ କାରାଯାଇଛି।ଶନିବାର ଦିନ ସୁକିନ୍ଦା ବ୍ଲକ ବିଜୁ ଜନତା ଦଳ ସଭାପତି ବିବେକାନନ୍ଦ ବୋଷ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିଶ୍ୱଜିତ୍ ଦାସଙ୍କୁ ଦଳ ଵିରୋଧି କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିବା ପ୍ରକାଶ କରିଛନ୍ତି । ଦଳରେ ଦୀର୍ଘ ବର୍ଷ ହେଲା ରହି ବିଭିନ୍ନ ପଦ ପଦବୀ ହାସଲ କରିଥିବା ବିଶ୍ଵଜିତ ବେଶ କିଛି ଦିନ ହେଲା ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହେଉଥିଲା । ଯାହାର ଫଳ ସ୍ୱରୂପ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଶ୍ଵଜିତଙ୍କୁ ଦଳରୁ ନିଲମ୍ବିତ କରି ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ଦଳର ନେତା ଓ କର୍ମୀଙ୍କୁ ନିଷ୍ଠାର ସହିତ ଦଳରେ ରହି କାର୍ଯ୍ୟ କର ନଚେତ ଦଳରେ ସ୍ଥାନ ନାହିଁ ବୋଲି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking