23.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଟ୍ରମ୍ପଙ୍କ ‘ନୋବେଲ’ ମନ୍ତବ୍ୟ

ଟ୍ରମ୍ପଙ୍କ ‘ନୋବେଲ’ ମନ୍ତବ୍ୟ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହୃଦୟର ଇଚ୍ଛା ହେଉଛି ନୋବେଲ ଶାନ୍ତି ପୁରସ୍କାର ପାଇବା। ସେ ଦାବି କରନ୍ତି ଯେ ସେ ବିଶ୍ବର ଅନେକ ମୋର୍ଚ୍ଚାରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିଛନ୍ତି ଏବଂ ସେ ଏହାର ଯୋଗ୍ୟ। ଏଥିପାଇଁ ପାଇଁ ସେ ବିଶେଷ ଭାବରେ ଭାରତ ଏବଂ ପାକି ପାକିସ୍ତାନର ର ନାମ ଉଲ୍ଲେଖ କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ସତ୍ତ୍ବେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ସେ ନୋବେଲ ଶାନ୍ତି ପୁରସ୍କାର ପାଇବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ସହିତ ଯୁଦ୍ଧବିରତିରେ ଆମେରିକାର ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ସତ୍ତ୍ବେ, ମୁଁ ନୋବେଲ ଶାନ୍ତି ପୁରସ୍କାର ପାଇବି ନାହିଁ। ମୁଁ ଯାହା କରିବି, ସେଥି ପାଇଁ ମୁଁ ନୋବେଲ ପାଇବି ନାହିଁ। 

ଟ୍ରମ୍ପ ଏହି ପୋଷ୍ଟରେ ଛଅ ଥର ନୋବେଲ ଶାନ୍ତି ପୁରସ୍କାର ବିଷୟରେ ଉଲ୍ଲେଖ କରିଛ ରିଛନ୍ତି। ଏହି ସମୟରେ ସେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିବା, ରୱାଣ୍ଡା ଏବଂ କଙ୍ଗୋ ମଧ୍ଯରେ ଚୁକ୍ତି, ସର୍ବିଆ ଏବଂ କୋସୋଭୋ ମଧ୍ୟରେ ଯୁଦ୍ଧବିରତି, ମିଶର । ଏବଂ ଇଥ୍ଓପିଆ ମଧ୍ୟରେ ଶାନ୍ତି ପୁନଃସ୍ଥାପନ, ମଧ୍ୟପ୍ରାଚ୍ୟ, ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଇସ୍ରାଏଲ-ଇରାନ ଯୁଦ୍ଧ ବିଷୟରେ ଉଲ୍ଲେଖ କରି ନୋବେଲ ଶାନ୍ତି ଶାନ୍ତି ପୁରସ୍କାର ବିଷୟରେ କହିଥିଲେ। ସେ କହିଥିଲେ ଯେ ଏସବୁ ପ୍ରୟାସ ସତ୍ତ୍ବେ, ମୁଁ ନୋବେଲ ଶାନ୍ତି ପୁରସ୍କାର ପାଇବି ନାହିଁ। ଭାରତ ସରକାର ଅନେକ ଥର ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ସହିତ ଯୁଦ୍ଧବିରତି ପଡ଼ୋଶୀ ଦେଶର ଅନୁରୋଧରେ, ଆମେରିକା ସରକାରଙ୍କ ହସ୍ତକ୍ଷେପ ଏବଂ ବିନା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking