ଭୁବନେଶ୍ୱର: ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଜୟ ଜଗନ୍ନାଥ, ଜୟ ଲିଙ୍ଗରାଜ କହି ଅଭିଭାଷଣ ଆରମ୍ଭ କରିଛନ୍ତି । ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ । ମୁଁ ଓଡିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ମୋହନ ସରକାରଙ୍କ ଟିମକୁ ଧନ୍ୟବାଦ ଜଣାଇଛନ୍ତି ପୂର୍ୱରୁ ଆଦିବାସୀଙ୍କୁ ବ୍ୟବହାର କରାଯାଇଛି । ଆଦିବାସୀଙ୍କୁ ନକ୍ସଲବାଦ ଆଡକୁ ଠେଲି ଦିଆଯାଇଥିଲା । ଆଦିବାସୀ ଅଞ୍ଚଳକୁ ରେଡ କରିଡର ନାମ ଦେଇ ବଦନାମ କରାଯାଇଛି । ଖୁବଶୀଘ୍ର ଆଦିବାସୀ ସମାଜକୁ ହିଂସାରୁ ମୁକ୍ତି ମିଳିବ । ଆଦିବାସୀ ସମାଜକୁ ବିକାଶର ରାସ୍ତା ଦେଖାଇଛୁ । ନକ୍ସଲ ହିଂସା ବହୁତ ପରିମାଣରେ କମାଇଛୁ । ଦେଶରେ ନକ୍ସଲବାଦ ଧ୍ୱଂସ ହେବ । ଏହା ମୋଦୀ ଗ୍ୟାରେଣ୍ଟି ।










