21.1 C
Bhubaneswar
Sunday, December 21, 2025
Homeଓଡିଶାଓଡିଶାବାସୀଙ୍କୁ ଡବଲ ଲାଭ:  ମୋଦୀ

ଓଡିଶାବାସୀଙ୍କୁ ଡବଲ ଲାଭ:  ମୋଦୀ

ଭୁବନେଶ୍ୱର: ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି ।  ଜୟ ଜଗନ୍ନାଥ, ଜୟ ଲିଙ୍ଗରାଜ କହି ଅଭିଭାଷଣ ଆରମ୍ଭ କରିଛନ୍ତି । ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ ।  ମୁଁ ଓଡିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।  ମୋହନ ସରକାରଙ୍କ ଟିମକୁ ଧନ୍ୟବାଦ ଜଣାଇଛନ୍ତି । ବର୍ଷକ ଭିତରେ ବେଶ ପ୍ରଶଂସନୀୟ କାଯ୍ୟ କରିଛନ୍ତି । ଓଡିଶା ଆମର  ସଂସ୍କୃତିକୁ ପରିପୂଣ୍ଣ କରିଛି ।  ବିଗତ ବର୍ଷକ ଭିତରେ ବିକାଶ ଓ ବିରାସତକୁ କରି ଦେଖାଇଛି ।  ଓଡିଶାର ବିଜେପି ସରକାର ବର୍ଷେ ପୂରଣ କରିଛି ।  ବର୍ଷ  ପୂରଣ ସହ ଆଗକୁ ରଥଯାତ୍ରା  ହେବାକୁ ଯାଉଛି ।  ଏଠି ବିଜେପି ସରକାର ବନିଲା ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଲା ।  ରତ୍ନଭଣ୍ଡାର ମଧ୍ୟ ଖୋଲି ଦିଆଗଲା ।  କାନାଡା ଗସ୍ତରେ ଥିଲା ବେଳେ ଟ୍ରମ୍ପ ନିମନ୍ତ୍ରଣ କରିଥିଲେ ।  ମାତ୍ର ମୁଁ କହିଲି ମୋତେ ଜଗନ୍ନାଥ ଧାମରୁ  ନିମନ୍ତ୍ରଣ ଆସିଛି ।  ଜଗନ୍ନାଥ ଧାମକୁ ଯିବାର ଅଛି, ଆମେରିକା ଯାଇ ହେବନି । ଆସାମ ଓ ତ୍ରିପୁରା ରାଜ୍ୟର ଉଦାହରଣ ରଖିଲେ ମୋଦୀ । କହିଲେ  ବିଜେପି କେବଳ ବିକାଶରେ ହିଁ ବିଶ୍ୱାସ କରେ ।  ଓଡିସା ଦଶନ୍ଧି ଦଶନ୍ଧି ହେଲା ଗରିବ ସହ ଜୁଝୁଛି ।   ଦୁର୍ନୀତି ଅଧିକ ଥିଲା ।  ବିକାଶରେ ଡବଲ ମଡେଲ ଇଞ୍ଜିନର ଫାଇଦା ମିଳୁଛି । ଆଜି ହେଉଥିବା ପ୍ରକଳ୍ପରେ ଡବଲ  ଇଞ୍ଜିନର ଛାପ । ଲୋକଙ୍କୁ ମିଳୁଛି ଡବଲ ଲାଭ । ଓଡିଶାର ୩ କୋଟି ଲୋକଙ୍କୁ ଆୟୁଷ୍ମାନରେ ଯୋଡିଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking