31.1 C
Bhubaneswar
Friday, February 6, 2026
Homeଓଡିଶାଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଭୁବନେଶ୍ୱର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ । ଏୟାରପୋର୍ଟରୁ ଜନତା ମୈଦାନକୁ ଆସିବେ ମୋଦି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରମୁଖ ନେତୃବୃନ୍ଦ ମୋଦିଙ୍କ ସ୍ୱାଗତ ପାଇଁ ଅଛନ୍ତି । ମୋଦିଙ୍କୁ ଦେଖିବାକୁ ଭୁବନେଶ୍ୱରରେ ପ୍ରବଳ ଭିଡ ଜମିଛି । ଜନତା ମୈଦାନରେ ପହଞ୍ଚି ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ ହେବେ ସାମିଲ । ପ୍ରାୟ ୩ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ  ପ୍ରଧାନମନ୍ତ୍ରୀ । ୨୭୦୦ ଟଙ୍କାର  ରେଳ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିବେ । ନରାଜରେ ନିର୍ମିତ  ୫୦  କୋଟି  ଟଙ୍କାର ଇଭି  ବସ ଡିପୋ ଉଦଘାଟନ କରିବେ । ୧୦୦ଟି ନୂଆ  ଇଭି ବସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ା ଅପରାହ୍ମ ୫ଟା ୫୦ରେ ନୂଆଦିଲ୍ଲୀ ଅଭିମୁଖେ ଯିବେ ମୋଦୀ ।  ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking