ମୋହନା: ମୋହନାର ଗୁଳୁଆ ନିକଟରେ ଭ୍ୟାନ ଓଲଟି ୨୦ ଆହତ । ବିରିକୋଟରୁ ବିବାହ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ୯ ମହିଳାଙ୍କ ସମେତ ୨୦ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଗୁରୁତର ୯ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










