27.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶଭାରତୀୟ ତଟରକ୍ଷୀ ବାହିନୀରେ ଯୋଗ ଦେଲା ନୂଆ ପାଟ୍ରୋଲ ଜାହାଜ ‘ଅଚଳ’

ଭାରତୀୟ ତଟରକ୍ଷୀ ବାହିନୀରେ ଯୋଗ ଦେଲା ନୂଆ ପାଟ୍ରୋଲ ଜାହାଜ ‘ଅଚଳ’

ଗୋଆ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ର ସାମୁଦ୍ରିକ ସମର୍ଥନକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଗୋଆ ଶିପୟାର୍ଡ ଲିମିଟେଡ (ଜିଏସଏଲ) ଦ୍ୱାରା ନିର୍ମିତ ଆଠଟି ଫାଷ୍ଟ ପାଟ୍ରୋଲ ଭେସେଲ (ଏଫପିଭି) ମଧ୍ୟରୁ ପଞ୍ଚମ ଜାହାଜ ‘ଅଚଳ’କୁ ଜୁନ ୧୬ ତାରିଖରେ ଗୋଆରେ ଉନ୍ମୋଚନ କରାଯାଇଛି। ୪୭୩ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ଏହି ଜାହାଜଟି ୫୨ ମିଟର ଲମ୍ବା ଏବଂ ୮ ମିଟର ଚଉଡା ଅଟେ। ଯାହାର ଓଜନ ୩୨୦ ଟନ ଅଟେ ବୋଲି ସୂଚନା ରହିଛି। ‘ଅଚଳ’ ଜାହାଜଟି କଣ୍ଟ୍ରୋଲେବଲ ପିଚ୍ ପ୍ରୋପେଲର (ସିପିପି) ପ୍ରପଲସନ ସିଷ୍ଟମରେ ସଜ୍ଜିତ। ଯାହା ଏହାକୁ ୨୭ ନଟିକାଲ ମାଇଲ ପର୍ଯ୍ୟନ୍ତ ଗତିରେ ଚାଲିବାରେ ସକ୍ଷମ କରେ।

ଏହି ଜାହାଜ ସୁରକ୍ଷା, ନିରୀକ୍ଷଣ, ନିୟନ୍ତ୍ରଣ ଏବଂ ସର୍ଭେଲାନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଡିଜାଇନ କରାଯାଇଛି। ଯାହା ଭାରତର ପଶ୍ଚିମ ଉପକୂଳରେ ଥିବା ସୀମା ଏବଂ ଦ୍ୱୀପ ଅଞ୍ଚଳଗୁଡିକର ସୁରକ୍ଷା ବୃଦ୍ଧି କରିବ। ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ଦ୍ଦେଶକ ଜେନେରାଲ ଅନିଲ କୁମାର ହରବୋଲା, ଉପକୂଳ ରକ୍ଷୀ କମାଣ୍ଡର (ପଶ୍ଚିମ ସାଗରତଟ), ଜିଏସଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରଜେଶ କୁମାର ଉପାଧ୍ୟାୟ ଏବଂ ଭାରତୀୟ ନୌସେନା ଓ ଉପକୂଳ ରକ୍ଷୀ ବାହିନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜାହାଜଟି କବିତା ହରବୋଲାଙ୍କ ଦ୍ୱାରା ଲଞ୍ଚ କରାଯାଇଥିଲା।

ଏହି ଜାହାଜ ଆମେରିକୀୟ ବ୍ୟୁରୋ ଅଫ ସିପିଂ (ଏବିଏସ) ଏବଂ ଇଣ୍ଡିଆନ ରେଜିଷ୍ଟର ଅଫ ସିପିଂ (ଆଇଆରଏସ) ର ଦ୍ୱୈତ-ଶ୍ରେଣୀ ପ୍ରମାଣପତ୍ର ସହିତ ନିର୍ମିତ ହୋଇଛି । ତେବେ ସବୁଠାରୁ ବଡ କଥା ହେଉଛି ଏହି ଜାହାଜ ନିର୍ମାଣରେ ୬୦% ରୁ ଅଧିକ ସ୍ୱଦେଶୀ ଉପାଦାନ ବ୍ୟବହାର କରାଯାଇଛି। ଏହା ଭାରତର ‘ଆତ୍ମନିର୍ଭର ଭାରତ’ ଅଧିନରେ ନିର୍ମିତ ହେବା ସହ, ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହନ ଦେଉଛି। ଜିଏସଏଲ ଏବଂ ଭାରତୀୟ ଉପକୂଳ ରକ୍ଷୀ ବାହିନୀ ମଧ୍ୟରେ ଦୀର୍ଘଦିନର ସହଭାଗୀତାର ଏହା ଏକ ମାଇଲଖୁଣ୍ଟ ଭାବେ ପରିଗଣିତ ହେଉଛି। ସିରିଜର ଅବଶିଷ୍ଟ ତିନୋଟି ଜାହାଜ ନିର୍ଦ୍ଦିଷ୍ଟ ସମୟରେ ହସ୍ତାନ୍ତର କରାଯିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking