17.1 C
Bhubaneswar
Monday, December 22, 2025
Homeଓଡିଶାହାତୀ ଆକ୍ରମଣରେ ୩ ମୃତ

ହାତୀ ଆକ୍ରମଣରେ ୩ ମୃତ

ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡ଼ବିଲ ବନଖଣ୍ଡ ରେଞ୍ଜ ରେ ଥିବା କେନ୍ଦୁଡ଼ିହି ଗ୍ରାମରେ ଶୁକ୍ରବାର ଦିନବେଳେ ହାତୀ ଆକ୍ରମଣ ରେ ୩ ଜଣଙ୍କ ମୃତ୍ୟୁ ହୋଇଛି।ମୃତକ ଙ୍କ ମଧ୍ୟରୁ ଜଣେ ପୁରୁଷ ସନ୍ତୋଷ ମୁଣ୍ଡା ଏବଂ ଅନ୍ୟ ଜଣଙ୍କ ନା ରୀନା ମୁଣ୍ଡା ବୋଲି ଜଣାପଡିଛି।ତେବେ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ତୋଷ ମୁଣ୍ଡା ଜଙ୍ଗଲ କୁ ଯାଇଥିବା ସମୟରେ ହଠାତ ଏକ ଦନ୍ତା ହାତୀ କୁ ଦେଖିଥିଲେ।ତେବେ ସେ ସେଠାରୁ ନିଜ ଜୀବନ ବଞ୍ଚେଇବା କୁ ଧାଇଁ ଥିବାବେଳେ ହାତୀ ଟି ତାଙ୍କୁ ଦଳି ଚକୁଡି ଦେଇ ଥିବାରୁ ଗୁରୁତର ଅବସ୍ଥା ରେ ତାଙ୍କୁ ଘରକୁ ଅଣା ଯିବା ପରେ ତାଙ୍କ ର ମୃତ୍ୟ ଘଟିଛି।ସେହିପରି ରୀନା ମୁଣ୍ଡା ପତ୍ର ତୋଳିବା ପାଇଁ ଜଙ୍ଗଲ ଯାଇଥିବା ବେଳେ ହାତୀ ଟି ତାଙ୍କୁ ଶୁଣ୍ଢରେ ଟେକି ଆଣି ମହିଳା ଟିର ପେଟ ରେ ଦାନ୍ତ କୁ ପୁରେଇ ବହୁ ନୃଶଂସ ଭାବେ ଆକ୍ରମଣ କରିଥିଲା।ଯାହାଫଳରେ ତାଙ୍କ ଅନ୍ତବୁଜୁଳା ବାହାରି ପୋଡ଼ିଥିଲା।

ତେବେ ମହିଳା ଜଣଙ୍କୁ ଲୋକେ ଉଦ୍ଧାର କରି ବଡ଼ବିଲ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ନେବାର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ବଡ଼ବିଲ ରେଞ୍ଜର ଏବଂ ରୁଗୁଡି ଫୋରେଷ୍ଟର କୁ ଘେରି ତାଗିଦ କରିଥିବାର ସେଠାରୁ ସେମାନେ ଚମ୍ପଟ ମାରିଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ତହସିଲଦାର ଏବଂ ପୋଲିସ ଲୋକଙ୍କୁ ବୁଜା ସୁଜା କରି ସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଜାରିରଖିଛନ୍ତି।ଏ ସମ୍ପର୍କରେ ବନବିଭାଗ ଅଧିକାରୀ ମାନଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇନାହାଁନ୍ତି। ଗତ ୨ ୩ ବର୍ଷ ମଧ୍ୟରେ ବହୁତ ପରିମାଣ ରେ ଜଙ୍ଗଲ କାଟି ପଦା କରିବାରୁ ଏବେ ହାତୀ ମାନେ ଗାଁ ମୁହଁ ଏବଂ ଅଧିକ ହିଂସ୍ର ହେଉଛନ୍ତି ବୋଲି ପରିବେଶବିତ ମାନେ ଖୋବ ପ୍ରକାଶ କହିଛନ୍ତି। ପରିବେଶ ଏବଂ ବିକାଶର ମଧ୍ୟରେ ଏକ ସନ୍ତୁଳନ ବନେଇ ରଖିବା ପାଇଁ ସରକାର ପଦକ୍ଷେପ ନେବା ନିହାତି ଜରୁରୀ ବୋଲି ମତ ପ୍ରକାଶ କରିଛନ୍ତି। ସେହିପରି ଶୁକ୍ରବାର ସନ୍ଧ୍ୟାରେ କାଳିମାଟି ଅଞ୍ଚଳର ଜଣେ ଯୁବକ ବଜାରରୁ ଘରକୁ ଆସୁଥିବା ବେଳେ ମହାପର୍ବତ ଅଂଚଳରୁ ଏକ ମାଈ ହାତୀ ଦୌଡ଼ି ଆସି ଯୁବକକୁ ଦଳି ଦେଇ ଥିଲା ଯଦ୍ୱାରା, ଘଟଣା ସ୍ଥଳରେ ଯୁବକ ର ମୃତ୍ୟୁ ହୋଇଥିବା ବେଳେ ଅଂଚଳରେ ଚାପା ଉତ୍ତେଜନା ଦେଖାଦେଇଛି, ଭୟ ପାଇ ବନ ବିଭାଗ ଫେରାର ଅଛନ୍ତି,

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking